ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁ, ୧୫ତମ ସିଏମ୍ ଭାବେ ନେଲେ ଶପଥ, ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 11, 2022 IST

ସିମ୍‌ଲା: ହିମାଚଳ ପ୍ରଦେଶକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ସୁଖବୀନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ସମାରୋହରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ହିମାଚଳ ପ୍ରଦେଶର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବୀନ୍ଦର ସିଂହ ସୁଖୁ । ସିମ୍‌ଲା ଐତିହାସିକ ରିଜ୍ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ସୁଖବୀନ୍ଦର ସିଂହଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସେହିପରି ବରିଷ୍ଠ ନେତା ମୁକେଶ ଅଗ୍ନିହୋତ୍ରୀ ଡେପୁଟି ସିଏମ ଭାବେ ଶପଥ ନେଇଛନ୍ତି । ଶପଥ ସମାରୋହରେ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପ୍ରିୟାଙ୍କ ଗାନ୍ଧି ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।   

ହିମାଚଳ ପ୍ରଦେଶରେ ମୋଟ୍ ୬୮ଟି ବିଧାନସଭା ଆସନରୁ ୪୦ଟି ସିଟ୍ ବିଜୟ ହୋଇଛି କଂଗ୍ରେସ । ସେହିପରି ବିଜେପିକୁ ମିଳିଛି ୨୫ଟି ଆସନ ଓ ସ୍ବାଧୀନରୁ 3ଜଣ ବିଜୟୀ ହୋଇଛନ୍ତି । ରବିବାର କେବଳ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ଓ ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ଶପଥ ନେଇଥିବାବେଳେ ପରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ବିସ୍ତାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.