ମୋଦୀଙ୍କ ସହ ବୈଠକ ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ କୋଭିଡ୍ ପଜିଟିଭ୍ ହୋଇଛନ୍ତି। କରୋନା ଆକ୍ରାନ୍ତ ହେବା ପରେ ସେ ନିଜକୁ ସଂଗରୋଧରେ ରଖିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ବୈଠକ ସ୍ଥିର ହୋଇଥିଲା। ହେଲେ ତା ପୂର୍ବରୁ ସୁଖୁ ତାଙ୍କ କୋଭିଡ୍ ଟେଷ୍ଟ କରାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।    

ଏହାପରେ ତାଙ୍କର ସମସ୍ତ କାର୍ଯ୍ୟ ନିର୍ଘଟଣାକୁ ଘୁଞ୍ଚାଇ ଦିଆଯାଇଛି। ହିମାଚଳ ପ୍ରଦେଶରେ କଂଗ୍ରେସ ନିର୍ବାଚନ ଜିତିବା ପରେ ନିକଟରେ ସୁଖୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେହିପରି ବର୍ତ୍ତମାନ ବିରୋଧୀ ଦଳ ନେତା ଥିବା ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।  

ଡିସେମ୍ବର ୧୧ ତାରିଖରେ ଦୁଇ ନେତା ନିଜ ନିଜ ପଦ ପାଇଁ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଭବେ ଶପଥ ନେବା ପରେ ଜନତାକୁ ସମ୍ବୋଧନ କରି ସୁଖୁ କହିଥିଲେ- ମୁଁ ହିମାଚଳର ୭୦ ଲକ୍ଷ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ୫ ବର୍ଷ ଶାସନ କରିବା ପରେ ଜନାତ ପୁଣିଥରେ କଂଗ୍ରେସକୁ ସୁଯୋଗ ଦେଇଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରା କରିବ ବୋଲି ସୁଖୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.