ହିମାଚଳ ପ୍ରଦେଶରେ ମନ୍ତ୍ରିମଣ୍ଡଳ ବିସ୍ତାର, ଶପଥ ନେଲେ ୭ମନ୍ତ୍ରୀ

Published By : Prameya-News7 Bureau | January 08, 2023 IST

ସିମଲା: ହିମାଚଳ ପ୍ରଦେଶରେ ମନ୍ତ୍ରିମଣ୍ଡଳ ବିସ୍ତାର । କଂଗ୍ରେସ ସରକାର ଗଢ଼ିବାର ଦେଢ ମାସ ପରେ କ୍ୟାବିନେଟ୍ ବିସ୍ତାର ହୋଇଛି । ରବିବାର ସିମଲା ରାଜଭବନରେ ରାଜ୍ୟପାଳ ଆର.ଭି ଆର୍ଲେକର ୭ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଓ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନହୋତ୍ରୀ ଉପସ୍ଥିତ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ମନ୍ତ୍ରିମଣ୍ଡଳକୁ ସମ୍ପ୍ରସାରଣ କରିଛନ୍ତି । କ୍ୟାବିନେଟରେ ୭ଜଣ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି । ହିମାଚଳ ପ୍ରଦେଶ ରାଜ୍ୟପାଳ ପ୍ରଥମେ ଡକ୍ଟର ଧନିରାମ ସାଣ୍ଡିଲ୍ୟଙ୍କୁ ଶପଥପାଠ କରାଇଛନ୍ତି । ସେ ସୌଲନରୁ ବିଧାୟକ ରହିଛନ୍ତି । କାଙ୍ଗଡା ଜଓ୍ବାଲି ବିଧାୟକ ଚନ୍ଦ୍ର କୁମାର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  କାଙ୍ଗଡା ଜଓ୍ବାଲିରୁ ସେ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସିରମୋର ଶିଲାଈର ୬ଥର ବିଧାୟକ ହର୍ଷବର୍ଦ୍ଧନ ଚୌହାନ, କିନୌର ବିଧାୟକ ଜଗତ ସିଂହ ନେଗି, ଜୁବଲ-କୋଟଖାଇ ବିଧାୟକ ରୋହିତ ଠାକୁର, କୁସୁମପଟ୍ଟି ବିଧାୟକ ଅନୁରୁଦ୍ଧ ସିଂହ ଓ ସିମଲା ଗ୍ରାମୀଣ ବିଧାୟକ ବିକ୍ରମ ଅଦିତ୍ୟ ସିଂହ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ୪୦ ଆସନରେ ବିଜୟ ଲାଭ କଂଗ୍ରେସ ସରକାର ଗଠନ କରିଛି । ପୂର୍ବରୁ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସରକାର ଗଠନ ଦେଢ ମାସ ପରେ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇଛି ।

ଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.