Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କଲେ ସୁଖବିନ୍ଦର ସିଂହ ସୁଖୁ

15/09/2023 at 7:41 PM

ଶିମଲା ୧୫।୯: ହିମାଚଳ ପ୍ରଦେଶରେ ବର୍ଷାଜନିତ କ୍ଷୟକ୍ଷତିର ମୁକାବିଲା ନିମନ୍ତେ ରାଜ୍ୟର ଲୋକେ ଓ ବିଭିନ୍ନ ସଙ୍ଗଠନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କ ସଞ୍ଚୟ ଜମାଖାତାରୁ ଶୁକ୍ରବାର ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସେ ମୁଖ୍ୟ ଶାସନ ସଚିବ ପ୍ରବୋଧ ସକ୍ସେନାଙ୍କୁ ଭେଟି ରିଲିଫ ପାଣ୍ଠି ନିମନ୍ତେ ଏହି ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ କମଲେଶ ଠାକୁର, ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦେଖା ଦେଇଥିବା ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସବୁ ବର୍ଗର ଲୋକେ ସହାୟତାର ହାତ ବଢାଇଛନ୍ତି। ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ସହାୟତା ନିମନ୍ତେ ଆଗେଇ ଆସିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ସେ ତାଙ୍କର ଯୋଗଦାନ ଦେଇଥିବା  କହିଛନ୍ତି। ସେ କହିଛନ୍ତି ଯେ ରିଟାୟର୍ଡ କର୍ମଚାରୀ, ମହିଳା, ସରକାରରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ ରାଜ୍ୟ ସରକାର ନିଜ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏଥିରେ କେନ୍ଦ୍ରୀୟ ସହାୟତା ମଧ୍ୟ ରାଜ୍ୟ ନିମନ୍ତେ ଜରୁରି ବୋଲି କହିଛନ୍ତି। ଏଣୁ କେନ୍ଦ୍ରୀୟ ସହାୟତା ନିମନ୍ତେ ନିବେଦନ କରିଛନ୍ତି।

ତେବେ ରାଜ୍ୟରେ ବିପର୍ଯ୍ୟୟ ସମୟରେ ସୁଖବିନ୍ଦର ସୁଖୁଙ୍କ ସହାୟତା କିଛି ନୂଆ କଥା ନୁହେଁ। ଦେଶରେ କରୋନା କାଳରେ ସୁଖବିନ୍ଦର ସିଂହ ତାଙ୍କର ମାସକର ବେତନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ଏଥିରେ ଉପୁଜିଥିବା ପରିସ୍ଥିତିରେ ରାଜ୍ୟକୁ ସହଯୋଗ ନିମନ୍ତେ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏପର୍ଯ୍ୟନ୍ତ ୧୭୦ କୋଟି ଟଙ୍କା ମିଳିପାରିଛି।  

   Related Posts