ବିଦ୍ରୋହୀ ବିଧାୟକଙ୍କ ଉପରେ ବର୍ଷିଲେ ହିମାଚଳ ମୁଖ୍ୟମନ୍ତ୍ରୀ, କହିଲେ- ନିଜର ସଚ୍ଚୋଟପଣିଆ ବିକ୍ରି କରିଦେଇଛନ୍ତି ‘୬ କଳା ନାଗ’

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପରଠାରୁ ହିମାଚଳ ପ୍ରଦେଶ ବିଧାନସଭା ଉପରେ ଛାଇ ଯାଇଥିଲା ସଙ୍କଟର କଳା ବାଦଲ । ଅବଶ୍ୟ ଉଚିତ୍‌ ସମୟରେ କଂଗ୍ରେସ ନେତୃତ୍ବ ଏବଂ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂହ ସୁଖ୍‌ଖୁ ସରକାର ଏହି ସଙ୍କଟକୁ ଦୂର କରିବାରେ ସକ୍ଷମ ହୋଇଥିଲେ। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂହ ସୁଖ୍‌ଖୁ ଶୁକ୍ରବାର ସୋଲନ ଜିଲ୍ଲାର ଜନତାଙ୍କୁ ୮୮ କୋଟିର ପ୍ରକଳ୍ପ ଭେଟିଦେଇଛନ୍ତି। ଆଉ ଏହି ଜନ ଜନସଭାକୁ ସମ୍ବୋଧନ ସମୟରେ କ୍ରସ ଭୋଟିଂ କରିଥିବା ୬ ବିଧାୟକ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି ।

ସିଏମ ସୁଖ୍‌ଖୁ ଧର୍ମପୁରରେ ଏକ ଜନସଭାକୁ ସମ୍ବୋଧନ କରି ସିଏମ ସୁଖ୍‌ଖୁ ଛଅ କଂଗ୍ରେସ ବିଧାୟକଙ୍କୁ କଳା ନାଗ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି ‘‘ଲୋକେ ଷଡ଼ଯନ୍ତ୍ର କରି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମୁଁ କାହାକୁ ଡରୁନାହିଁ। ଯେଉଁ ବିଧାୟକ ନିଜର ସଚ୍ଚୋଟପଣିଆକୁ ବିକ୍ରି କରିଦିଅନ୍ତି ସେମାନେ କ’ଣ ଲୋକଙ୍କ ଭଲ କରିବେ ? ବିଜେପିର ନେତା ଏବଂ କଂଗ୍ରେସରେ ଯେଉଁ କଳା ନାଗ ଥିଲେ ସେମାନେ ତାଙ୍କର ସଚ୍ଚୋଟ ପଣିଆକୁ ବିକ୍ରି କରିଦେଇଛନ୍ତି। ରାଜ୍ୟରେ ଫେବ୍ରୁଆରୀ ୨୮ରେ ବଜେଟ୍‌ ଉପସ୍ଥାପିତ ହୋଇଥାନ୍ତା। କିନ୍ତୁ ତାହା ପୂର୍ବରୁ ୨୭ ତାରିଖରେ ସ୍ପିକରଙ୍କ ପାଖକୁ ଯାଇ ତାଙ୍କୁ ଧମକାଇଥିଲେ। ବଜେଟରେ ଗରିବ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଥିଲା। ମୋର କାମ ଆପଣ ଏବଂ ଆପଣଙ୍କ କଲ୍ୟାଣ ପାଇଁ ସମର୍ପିତ। ମୁଁ ତାଙ୍କର ଷଡ଼ଯନ୍ତ୍ରର ଶିକାର ହେବିନାହିଁ।’’

ଆହୁରି ପଢ଼ନ୍ତୁ: ବିଜେପିକୁ ଏଆଇଏଡିଏମ୍‌କେର ଚ୍ୟାଲେଞ୍ଜ: ସାହସ ଅଛି ତ ଜୟଶଙ୍କର ଓ ସୀତାରମଣଙ୍କୁ ତାମିଲନାଡୁରେ ନିର୍ବାଚନ ଲଢ଼ାଅ

ସୂଚନାଥାଉକି, ହିମାଚଳ ପ୍ରଦେଶ ବିଧାନସଭା ଅଧ୍ୟକ୍ଷ କୁଳଦୀପ ସିଂହ ପଠାନିୟା ଗୁରୁବାର ଛଅ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥି​​‌ଲେ। ଏହି ବିଧାୟକମାନେ ରାଜ୍ୟର ଏକମାତ୍ର ରାଜ୍ୟସଭା ସିଟ୍‌ ପାଇଁ ନିକଟରେ ହୋଇଥିବା ନିର୍ବାଚନରେ ‘କ୍ରସ ଭୋଟିଂ’ କରିତିଲେ। ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ରଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟ୍‌ଟୋ, ରବି ଠାକୁ ଏବଂ ଚୈତନ୍ୟ ଶର୍ମା ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.