ହିମାଚଳ ପ୍ରଦେଶରେ ସାମୁହିକ ଧର୍ମ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ, ଜବରଦସ୍ତି ଧର୍ମ ପରିବର୍ତ୍ତନରେ ୧୦ ବର୍ଷ ଜେଲ

Published By : Prameya-News7 Bureau | August 13, 2022 IST

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭାରେ ସାମୁହିକ ଧର୍ମାନ୍ତରଣକୁ ନେଇ ଏକ ଆଇନ ପାରିତ ହୋଇଛି । ଏହି ନୂଆ ଆଇନ ଅନୁସାରେ ଜୋର କରି ଧର୍ମ ପରିବର୍ତ୍ତନ କରାଇଲେ ଏଣିକି ୧୦ ବର୍ଷର ଜେଲ ଦଣ୍ଡ ମିଳିବ । ପୂର୍ବରୁ ଏହି ମାଲାରେ ୭ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ଥିଲା । ହିମାଚଳ ପ୍ରଦେଶ ସରକାର ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ବିଧାନସଭାରେ ଦ ହିମାଚଳ ପ୍ରଦେଶ ଫ୍ରିଡମ ଅଫ ରିଲିଜନ(ସଂଶୋଧିତ) ବିଲ ୨୦୨୨ ସର୍ବସମ୍ମତିରେ ଧ୍ୱନିମତରେ ପାରିତ ହୋଇଛି ।

ଏହି ବିଲରେ ସାମୁହିକ ଧର୍ମାନ୍ତରଣକୁ ସ୍ପଷ୍ଟ କରାଯାଇଛି । ବିଲ ଅନୁସାରେ ଯଦି କୌଣସି ବ୍ୟକ୍ତି ଦୁଇ କିମ୍ୱା ଏଠାରୁ ଅଧିକ ଲୋକଙ୍କ ଧର୍ମ ଗୋଟିଏ ସମୟରେ ପରିବର୍ତ୍ତନ କରାଏ, ତେବେ ତାହା ସାମୁହିକ ଧର୍ମାନ୍ତରଣ ଶ୍ରେଣୀରେ ଆସିବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଏହି ଆଇନ ଅନୁସାରେ ମାମଲା ଚାଲିବ।

ଜୟରାମ ଠାକୁଙ୍କ ନେତୃତ୍ୱାଧୀନ ବିଜେପି ସରକାର ଶୁକ୍ରବାର ଏହି ବିଧେୟକ ଆଗତ କରିଥିଲା। ଏହା ହିମାଚଳ ପ୍ରଦେଶ ଧର୍ମ ସ୍ୱଧୀନତା ଅଧିନିୟମ ୨୦୧୯ କଠୋର ସଂସ୍କରଣ । ୧୮ ମାସ ପୂର୍ବେ ପୁରୁଣା ଆଇନ ଲାଗୁ ହୋଇଥିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.