ଦାରିଙ୍ଗବାଡି ହିଲ୍ ଭ୍ୟୁ ନିକଟରେ ଦୁର୍ଘଟଣା, ୨ ଗୁରୁତର

Published By : Prameya-News7 Bureau | December 13, 2021 IST

ଦାରିଙ୍ଗବାଡି,୧୩/୧୨:  ଦାରିଙ୍ଗବାଡ଼ି-ବାଲିଗୁଡା ୫୯ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ହିଲ୍ ଭ୍ୟୁ ଆମ୍ବ ବୁଲାଣି ଠାରେ ଏକ କାର୍ ଦ୍ରୁଘଟଣାଗ୍ରସ୍ତ ହୋଇଛି ।  ଦାରିଙ୍ଗବାଡିରୁ ବୁଲି ଫେରୁଥିବା ସମୟରେ ରାତ୍ରରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ  ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ସୂଚନାନୁସାରେ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ପ୍ରତେକ ଦିନ ଏଠାକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ହରିୟାଣାର କିଛି ପର୍ଯ୍ୟଟକ ଦାରିଙ୍ଗିବାଡି ବୁଲି ଆସିଥିଲେ । ସେମାନେ ବୁଲି ଫେରୁଥିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । ହିଲ ଭ୍ୟୁ ଏହି ବୁଲାଣି ଜାଗାରେ କୌଣସି ସତର୍କ ସୂଚନା ଫଳକ ଲାଗିନଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥାନରେ ବର୍ଷକ ଭିତରେ ଆଠ ଗୋଟି ଦ୍ରୁଘଟଣା ହୋଇଥିବା ଜଣା ପଡ଼ିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.