୨୦୦ ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା, ବିରୋଧୀ କହିଲେ ନିର୍ବାଚନୀ ଥୋପ: କ୍ଷମତାକୁ ଆସିଲେ ଭତ୍ତାରାଶି ୧୦୦୦ କରିବୁ କହିଲେ ନିରଞ୍ଜନ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର୧୯|୧: ମଧୁବାବୁ ପେନସନ ଯୋଜନାରେ ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ପ୍ରତି ହିତାଧିକାରୀ ପିଚ୍ଛା ବାର୍ଦ୍ଧକ୍ୟ ଭତ୍ତା ୨ଶହ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ଦିଆଯାଉଥିବା ମାସିକ ଭତ୍ତାରେ ୨ଶହ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଫେବୃଆରୀ ୧୫ରୁ ହିତାଧିକାରୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ଯେଉଁଥିରେ ରାଜ୍ୟର ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ । ହେଲେ ସରକାରଙ୍କ ଏହି ଘୋଷଣାକୁ ନିର୍ବାଚନୀ ଥୋପ କହି ସମାଲୋଚନା କରିବାକୁ ପଛାଇ ନାହାନ୍ତି ବିରୋଧୀ । ……

{"id":75824}

ନିର୍ବାଚନକୁ ନଜରରେ ରଖି ବିରୋଧୀ ଯେଉଁ ପ୍ରସଙ୍ଗକୁ ଇସ୍ୟୁ କରିବାକୁ ଚାହୁଁଛନ୍ତି, ତା ଉପରେ ପଦକ୍ଷେପ ନେଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ସରକାର । ଏଭଳି ପରିସ୍ଥିତିରେ ଆଜି  ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ଦିଆଯାଉଥିବା ମାସିକ ଭତ୍ତାରେ ୨ଶହ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

{"id":75825}

ଏଣିକି ୩ ଶହ ଟଙ୍କା ଭତ୍ତା ପାଉଥିବା ହିତାଧିକାରୀ ପାଇବେ ୫ଶହ ଟଙ୍କା । ସେହିଭଳି ୮୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଦିଆଯାଉଥିବା ୫ଶହ ଟଙ୍କାକୁ ୭ଶହ ଟଙ୍କା କରାଯାଇଛି । ଆସନ୍ତା ଫେବୃଆରୀ ୧୫ରୁ ହିତାଧୀକାରୀଙ୍କୁ ମିଳିବ ଏହି ବର୍ଦ୍ଧିତ ଭତ୍ତା । ରାଜ୍ୟର  ୪୮ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ ।

{"id":75826}

ଭତ୍ତା ବଢ଼ାଇ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଚାହିଁଛନ୍ତି ସରକାର । ହେଲେ  ମାତ୍ର ୨ଶହ ଟଙ୍କା ବୃଦ୍ଧି ବିରୋଧୀଙ୍କୁ ଚୁପ କରିପାରିନି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନିର୍ବାଚନକୁ ନଜରରେ ରଖି ୨ଶହ ଟଙ୍କା ବୃଦ୍ଧି କରାଯାଇଛି । ହେଲେ କ୍ଷମତାକୁ ଆସିଲେ କଂଗ୍ରେସ ଭତ୍ତାର ପରିମାଣ ୧୦୦୦ଟଙ୍କା କରିବାକୁ ପୂର୍ବରୁ ଘୋଷଣା କରିସାରିଛି । ସେପଟେ ଏହାକୁ ସରକାରଙ୍କ ନିର୍ବାଚନୀ ଥୋପ କହି ନିଶାନା ସାଧିଛି ବିଜେପି । ଯାହାର ଜବାବ ରଖିଛନ୍ତି  ବିଜେଡି ନେତା ।

{"id":75827}

ନିର୍ବାଚନ ଆଉ ଅଢ଼େଇ ମାସ ରହିଲା ।  ଏଭଳି ପରିସ୍ଥିତିରେ ବିରୋଧୀ ଯାହାକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ସେସବୁ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏମିତିରେ ସରକାରଙ୍କ ଯୋଜନା ରାଜ୍ୟବାସୀଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.