scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ହିଜାବ

15/03/2022 at 11:17 AM

ବେଙ୍ଗାଲୁରୁ ୧୫/୦୩: ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଛାତ୍ରୀମାନଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି ।

ଫେବୃଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ । ଏହା ସହିତ କୋର୍ଟ ମଧ୍ୟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ ଡାକିନା କନ୍ନଡର ଜିଲ୍ଲା କଲେକ୍ଟର ଆଜି ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ, ଧାରା ୧୪୪ ମଧ୍ୟ କାର୍ଯ୍ୟକାରୀ କରାଯାଇଛି ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକ ହିଜାବ ବିବାଦ ଜାନୁଆରୀ ୧ ତାରିଖରେ ଆରମ୍ଭ ହୋଇଥିଲା । ଉଡୁପି ସହରରେ ଥିବା ଏକ ସରକାରୀ କଲେଜ ପକ୍ଷରୁ ହିଜାବ ପିନ୍ଧି ଆସିଥିବା ୬ ଜଣ ମୁସଲିମ୍‌ ଛାତ୍ରୀଙ୍କୁ ବାରଣ କରାଯାଇଥିଲା । ଏହା କଲେଜ ପକ୍ଷରୁ ଧାର୍ଯ୍ୟ ଡ୍ରେସ୍‌କୋଡ୍‌ର ଉଲ୍ଲଂଘନ ବୋଲି ସେମାନଙ୍କୁ କୁହାଯାଇଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିବାରୁ ତାକୁ ବିରୋଧ କରି ହିନ୍ଦୁ ଛାତ୍ରମାନେ ବେକରେ ଗୈରିକ କପଡା ଓ ହାତରେ ଗୈରିକ ପତାକା ଧରି କଲେଜକୁ ଆସିଥିଲେ । ଏହି ଘଟଣା ଚାହୁଚାହୁଁ ସମଗ୍ର ରାଜ୍ୟରେ ବ୍ୟାପି ଯାଇଥିଲା ଏବଂ ପଡୋଶୀ ରାଜ୍ୟକୁ ମଧ୍ୟ ବ୍ୟାପିବା ଆରମ୍ଭ କରିଥିଲା । ଅନ୍ୟପକ୍ଷରେ କଲେଜରେ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିବାରୁ ଏହାକୁ ବିରୋଧ କରି ୫ ଜଣ ଛାତ୍ରୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ।

   Related Posts