oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବିଚ୍‌ ରାସ୍ତାରେ ଗୁଳିକାଣ୍ଡ, ୭ ଜଣଙ୍କ ଉପରେ ବାଜିଲା ଗୁଳି, ଟଳିପଡ଼ିଲେ ୫

12/02/2021 at 10:27 PM

ରୋହତକ ୧୨/୦୨: ହରିୟାଣାର ରୋହତକରୁ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ମେହର ସିଂହ ଆଖଡ଼ା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡରେ ୫ ଜଣ ପ୍ରାଣ ହରାଇଛନ୍ତି। ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣା ପଛର କାରଣ ପୂର୍ବ ଶତ୍ରୁତା ବୋଲି କୁହାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

ଶୁକ୍ରବାର ଦିନ ଗୁଳିକାଣ୍ଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ବେଳେ ମୋଟ ୭ ଜଣଙ୍କୁ ଗୁଳି ଲାଗିଛି। ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଆରମ୍ଭ କରିଛି।

ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇଛି। ଗୁରୁତରଙ୍କ ଚିକିତ୍ସା ଚାଲିଛି। ପ୍ରଥାମିକ ତଦନ୍ତରୁ ପୋଲିସ କହିଛି ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି। ହାଇ ପ୍ରୋଫାଇଲ୍‌ ଗୁଳିକାଣ୍ଡ ପରେ ମେହର ସିଂହ ଆଖାଡ଼ା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସେପଟେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

   Related Posts