ଗାଡି ମରାମତି ବେଳେ ଚଢିଗଲା ହାଇଓ୍ଵା, ମେକାନିକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକେ ଜାଳି ଦେଲେ ହାଇଓ୍ଵା

Published By : Prameya-News7 Bureau | November 19, 2021 IST

କଟକ  : କଟକ ସଦର ଥାନା ଶଙ୍ଖତ୍ରାଶ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇଓ୍ଵା ଧକ୍କାରେ ଗ୍ୟାରେଜ ମେକାନିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି। ଉତ୍ତେଜିତ ଲୋକେ ଦୁଇଟି ହାଇଓ୍ଵା ଜାଳି ଦେଇଛନ୍ତି। ପୋଲିସ  ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ଜୁଟିଛି। ସୂଚନା ଅନୁଯାୟୀ, ଗାଡି ମରାମତି ବେଳେ ହାଇଓ୍ବା  ମାଡିଯିବାରୁ ମେକାନିକର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.