ହାଇୱା ଧକ୍କାରେ ସାଇକେଲ ଆରୋହୀ ମୃତ, ଘଟଣାସ୍ଥଳରେ ପୋଲିସ୍ର ଯାଞ୍ଚ
11/12/2022 at 7:29 PM

ବିନିକା, ୧୧/୧୨: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ପଣ୍ଡକିଟାଲ ଛକଠାରେ ହଇୱା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ରାମପୁର ଥାନା ମାୟାବରା ଗ୍ରାମର ଠାକିରୀ ଚୌଦୀରୀ ବୋଲି ଜଣାପଡିଛି l ସାଇକେଲ ଆରହୀଙ୍କ ଜଣକ ରାମପୁର ପଟରୁ ନିଜ ଗ୍ରାମ ମାୟାବରାକୁ ଯାଉଥିବା ସମୟରେ ହିଇୱା ସହ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କର ଜୀବନ ଚାଲିଯାଇଥିଲା l
ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ସାଇକେଲ ଆରୋହୀଙ୍କୁ ଡୁଙ୍ଗୁରୀପାଲି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଇୱା ଗାଡ଼ିକୁ ଅଟକାଇ ପଚରା ଉଚରା ଜାରି ରଖିଛି l
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023