ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କୁସ୍ତି ଯୋଦ୍ଧାରୁ ରାଜନେତା: ସଂକ୍ଷିପ୍ତରେ ମୁଲାୟମ ସିଂହ ଯାଦବଙ୍କ ରୋମାଞ୍ଚକ ରାଜନୈତିକ ଯାତ୍ରା

10/10/2022 at 7:02 PM

ଲକ୍ଷ୍ନୌ: ଆଜି ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥ ହେବା କାରଣରୁ ସେ ୟୁପି ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୋମବାର ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି।

ମୁଲାୟମ ସିଂହଙ୍କ ବିୟୋଗ ପରେ ଉତ୍ତର ପ୍ରଦେଶ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ଦୀର୍ଘ  ୫୦ ବର୍ଷରୁ ଅଧିକ ରାଜନୀତି କ୍ୟାରିୟରରେ ୩ ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ମୁଲାୟମ। ଜଣେ କୁସ୍ତି ଯୋଦ୍ଧାରୁ ଶିକ୍ଷକ, ଆଉ ଶିକ୍ଷକରୁ ଦକ୍ଷ ରାଜନେତା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଖୁବ୍ ରୋମାଞ୍ଚକର। ସେ ଥିଲେ ଉତ୍ତର ପ୍ରଦେଶର ସମସ୍ତଙ୍କର ପ୍ରିୟ ନେତାଜୀ।

ନିଜେ ଓବିସି ଥିବାରୁ ସେ ନିଜ ରାଜ୍ୟର ପଛୁଆ ଜାତିଙ୍କୁ ସବୁବେଳେ ସମର୍ଥନ କରି ଆସୁଥିଲେ। ଯାହା ତାଙ୍କୁ ରାଜ୍ୟରେ ଲୋକପ୍ରିୟ ନେତା ଭାବେ ପରିଚିତ ଦେଇଥିଲା। ଧର୍ମନିରପେକ୍ଷ ରାଜନୀତିରେ ବିଶ୍ୱାସ କରୁଥିବା ମୁଲାୟମ ସିଂହ ଯାଦବ ରାଜନୈତିକ କ୍ୟାରିୟର ଉପରେ ସଂକ୍ଷିପ୍ତରେ ନଜର…।

୧. ରାମ ମନୋହର ଲୋହିଆଙ୍କ ଦଳ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରୁ ୧୯୬୭ରେ ପ୍ରଥମେ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨. ୧୯୬୮ରେ ଚୌଧୁରୀ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳରେ ଯୋଗଦାନ। ପରେ ଏହି ଦଳ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିରେ ମିଶି ଭାରତୀୟ ଲୋକ ଦଳ ଗଠନ ହେଲା। ପୁଣି ଏମାର୍ଜେନ୍ସି(୧୯୭୫-୧୯୭୭) ପରେ ଭାରତୀୟ ଲୋକ ଦଳ ବି ଜନତା ଦଳ ସହିତ ବିଲୟ ହୋଇଗଲା।

୩. ୧୯୭୭ରେ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ମୁଲାୟମ।

୪. ୧୯୮୨-୧୯୮୭ ଲେଜିସ୍‌ଲେଟିଭ୍ କାଉନସିଲ ସଦସ୍ୟ ଓ କାଉନସିଲର ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିଲେ।

୫. ୧୯୯୬ରେ ୟୁପିର ମଣିପୁରୀରୁ ପ୍ରଥମ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ପ୍ରତିରକ୍ଷାମନ୍ତ୍ରୀ ହୋଇଥିଲେ।
୬. ୧୯୯୮ ଓ ୧୯୯ରେ ରେ ୟୁପି ସମ୍ଭଲ ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ।
୭. ତା ପୂର୍ବରୁ ୧୯୮୦ରେ ଲୋକଦଳ ରାଜ୍ୟ ସଭାପିତ ହେବା ସହ ୧୯୮୫-୮୭ରେ ଜନତା ଦଳର ଅଧ୍ୟକ୍ଷ ହୋଇଥିଲେ।

୮. ୧୯୮୯-୧୯୯୧ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୧୯୯୨ରେ ସମାଜବାଦୀ ପାର୍ଟି ଗଠନ କଲେ।
୯. ୧୯୯୩-୯୫ ଦ୍ୱିତୀୟ ଥର ୟୁପି ମୁଖ୍ୟମନ୍ତ୍ରୀ ହେବା ପରେ ମଣ୍ଡଳ କମିଶନ ରିପୋର୍ଟ ଅନୁସାରେ, ରାଜ୍ୟରେ ଓବିସି ସଂରକ୍ଷଣ ୧୫ ପ୍ରତିଶତରୁ ୨୭ ପ୍ରତିଶତ ବଢ଼ାଇଥିଲେ।

୧୦. ୨୦୦୩ରେ ୟୁପିରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ପତ୍ନୀ ମାଳତୀ ଦେବୀଙ୍କ ପରଲୋକ ହୋଇଥିଲା ଓ ସେ ସାଧନା ଗୁପ୍ତାଙ୍କୁ ପୁନଃ ବିବାହ କରିଥିଲେ।

୧୧. ୨୦୦୪ରେ ମଣିପୁର ସାଂସଦ, ୨୦୦୭ରେ ୟୁପି ବିଧାନସଭାରେ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିଲେ।

୧୨. ୨୦୦୯ରେ ମଣିପୁରୀର ଓ ୨୦୧୪ ଆଜମଗଡ଼ ଓ ମଣିପୁରରୁ ପୁନ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୧୩. ୨୦୧୬ରେ ଭାଇ ଶିବପାଲ ଯାଦବଙ୍କ ଘନିଷ୍ଠତା ବଢ଼ିବାରୁ ପୁଅ ଅଖିଲେଶ ଯାଦବ ବିଦ୍ରୋହ ଘୋଷଣା କରିଥିଲେ। ଏହାପରେ ୨୦୧୭ରେ ଶିବପାଲ ସପା ଠାରୁ ଅଲଗା ହୋଇ ନିଜର ଦଳ ଗଠନ କରିଥିଲେ।

୧୪. ୨୦୧୯ରେ ପୁଣି ମଣିପୁର ସପ୍ତମ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ। ୧୫. ୨୦୨୨ ଅକ୍ଟୋବର ୧୦ ତାରିଖରେ ମେଦାନ୍ତ ହସ୍‌ପିଟାଲ୍‌ରେ ପରଲୋକ।

   Related Posts