ଋଷର ପୂର୍ବତନ ଜେନେରାଲ ଓ ତାଙ୍କ ପତ୍ନୀଙ୍କର ରହସ୍ୟମୟ ମୃତ୍ୟୁ, ଏୟାର୍ ଫୋର୍ସକୁ ନେଇ କରିଥିଲେ ପୁଟିିନଙ୍କୁ ସମାଲୋଚନା

Published By : Prameya-News7 Bureau | November 17, 2023 IST

ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧ ପରେ ଋଷରେ ବିଦ୍ରୋହ ତେଜୁଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିଜ ଦେଶର ଅଫିସର ଓ ବୁଦ୍ଧିଜୀବୀ କଡ଼ା ନିନ୍ଦା କରୁଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପୁଟିନଙ୍କୁ ଯିଏ ସମାଲୋଚନା କରୁଛନ୍ତି କିଛିଦିନ ପରେ ତାଙ୍କର ରହସନ୍ୟଜନକ ଭାବେ ମୃତ୍ୟୁ ହୋଇଯାଉଛି।

ନିକଟରେ ଓଡ଼ିଶାରେ ଜଣେ ଋଷ ବ୍ୟବସୟୀଙ୍କର ରହସ୍ୟଜନକ ମୃତ୍ୟୁ ହୋଇଥିଲା। ଆଉ ଏବେ ଋଷର ଜଣେ ପୂର୍ବତନ ଜେନେରାଲ ଭ୍ଲାଦିମୀର ସ୍ୱିରିଡୋଭଙ୍କର ମୃତଦେହ ମିଳିଛି। ବୁଧବାର (ନଭେମ୍ବର ୧୫) ସ୍ୱିରିଡୋଭ ଓ ତାଙ୍କ ପତ୍ନୀଙ୍କର ମୃତଦେହ ବେଡ୍‌ରୁମ୍‌ରୁ ଉଦ୍ଧାର କରାଯାଇଛି। ପୁଟିନଙ୍କୁ ସମାଲୋଚନା କରିବା ପରେ କିଛି ସପ୍ତାହ ହେଲା ସିରିଡୋଭ ଓ ତାଙ୍କ ପତ୍ନୀଙ୍କର କୌଣସି ଖୋଜ ଖବର ନଥିଲା।

ଆମେରିକା ମାଗାଜିନ ନ୍ୟୁଜୱିକ୍‌ର ରିପୋର୍ଟ ଅନୁସାରେ, ସ୍ୱିରିଡୋଭ ଏୟାର ଫୋର୍ସର ସମ୍ପର୍କରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିଥିଲେ। ସମାଲୋଚନାର କିଛି ସପ୍ତାହ ପରେ ବୁଧବାର ସ୍ୱିରିଡୋଭ ଓ ତାଙ୍କ ପତ୍ନୀଙ୍କର ମୃତଦେହ ତାଙ୍କ ଗାଁ ଏଡଜିଏସ୍କିରେ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛି। ଅନ୍ୟପଟେ ପୂର୍ବତନ ଋଷ ଜେନେରାଲ୍‌ଙ୍କ ବିୟୋଗ ନେଇ କ୍ରେମଲିନ ପକ୍ଷରୁ କୌଣସି ଟିପ୍ପଣୀ କରାଯାଇ ନାହିଁ। ଏମିତିକି ପୁଟିନ ଦୁଃଖ ପ୍ରକାଶ ବି କରି ନାହାନ୍ତି।  

ପଢ଼ନ୍ତୁ-ଗାଜାରେ ୭୫ ବର୍ଷରେ ସବୁଠୁ ବଡ଼ ଧ୍ୱଂସଳୀଳା; ଦୃଶ୍ୟ ଦେଖି ଜାତିସଂଘ ବି ସ୍ତବ୍ଧ, ନେତନ୍ୟାହୁ ବି ମାନିଲେ ଭୁଲ

ରିପୋର୍ଟ ଅନୁସାରେ, ଋଷର ପୂର୍ବତନ ସେନା ଜେନେରାଲ୍ ଭ୍ଲାଦିମିର ସ୍ୱିରିଡୋଭ ୨୦୦୭ରେ ଏୟାରଫୋର୍ସ ଟ୍ରେନିଂ ନେଇ ଚିନ୍ତା ପ୍ରକଟ କରିଥିଲେ। ସ୍ୱିରିଡୋଭ ଋଷର ଷଷ୍ଠ ବାୟୁସେନା ଏବଂ ଏୟାର ଡିଫେନ୍ସ ଫୋର୍ସର ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୭ ରେ, ସ୍ୱିରିଡୋଭ, ଋଷର ପତ୍ରିକା ‘ଟେକ୍ ଅଫ୍’କୁ ଏକ ସାକ୍ଷାତକାର ଦେଇ ପୁଟିନଙ୍କୁ ସମାଲୋଚନା କରିଥିଲେ ଏବଂ ପାଇଲଟଙ୍କ ତାଲିମ ନେଇ ଚିନ୍ତା ପ୍ରକଟ କରିଥିଲେ। ଏଥିସହିତ କିଛି ସପ୍ତାହ ପୂର୍ବେ ମଧ୍ୟ ପୁଟିନଙ୍କୁ ସମାଲୋଚନା କରିଥିଲେ ସ୍ୱିରିଡୋଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.