ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ: ଉଚ୍ଚ ଶିକ୍ଷାମନ୍ତ୍ରୀ ଦେଲେ ଏହିସବୁ ପ୍ରତିଶୃତି

Published By : Prameya-News7 Bureau | August 01, 2019 IST

ଭୁବନେଶ୍ବର୧|୮: ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀରେ କଲେଜ  ଅଧ୍ୟକ୍ଷଙ୍କ  ଉଦବେଗ। କେଉଁଠି କଲେଜରେ ଭିତ୍ତିଭୂମି ନାହିଁ ତ ଆଉ କେଉଁଠି  କମୁଛି  ଉପସ୍ଥାନ ହାର। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀରେ  କଲେଜ ସମସ୍ୟାନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ  ଓ୍ବାନ ଟୁ ଓ୍ବାନ  ଆଲୋଚନା କରିଛନ୍ତି ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ  କଲେଜ ଅଧ୍ୟକ୍ଷ।

{"id":139744}

 କଲେଜରେ କମୁଛି ଉପସ୍ଥାନ ହାର। କେଉଁଠି  ପାଠ ପଢିବାକୁ ନାହାନ୍ତି  ବିଭାଗୀୟ ଅଧ୍ୟାପକ ତ ଆଉ କେଉଁଠି  ଅଧ୍ୟାପକ ମରୁଡି। ଛାତ୍ର ଛାତ୍ରୀମାନେ ନାମ ଲେଖାଉନ୍ତି ହେଲେ  କମୁଛି ଉପସ୍ଥାନ ହାର।ଷ୍ଟେଟ ସିଲେକସନ ବୋର୍ଡ ମାଧ୍ୟମରେ ନିଯୁକ୍ତି ପାଇଥିବା ଅଧ୍ୟାପକ ମାନେ  ବଦଳି ହୋଇ ଅଲଗା କଲେଜ  ପଳାଉଛନ୍ତି। ଫଳରେ ରାଜ୍ୟର ଉପାନ୍ତ କଲେଜ ଗୁଡିକକରେ ଅଧ୍ୟାପକ  ମରୁଡି  ହେଉଥିବା ନେଇ   ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଗ​‌ରେ  ଉଦବେଗ ପ୍ରକାଶ  କରିଛନ୍ତି ବେସରକାରୀ  କଲେଜ ଅନୁଦାନ ପ୍ରାପ୍ତ  ଅଧ୍ୟକ୍ଷ । ଭଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟାଜିତ  ସମ୍ମିଳନୀ​ରେ  ରାଜ୍ୟର   ୬୬୨ ବର୍ଗ ଓ ୪୮୮ ବର୍ଗ  କଲେଜର  ୭୫ ଟି କଲେଜର ଅଧ୍ୟକ୍ଷ ସାମିଲ ହୋଇଥିଲେ ଏହି ସମ୍ମିଳନୀରେ ।

{"id":139745}

ସେପଟେ ରାଜ୍ୟରେ ମଡେଲ ସିଲାବସ, ଅଧ୍ୟାପକ ନିଯୁକ୍ତି,  ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର ନେଇ ଆଲୋଚନା କରାଯାଇଥିଲା।  ଚଏସ ବେସଡ କେଡିଟ ସିଷ୍ଟମ ବା ସିବିସିଏ। ବ୍ୟବସ୍ଥା,  କଲେଜ ଗୁଡିକରେ ବିଭିନ୍ନ ଅନର୍ସ ବିଭାଗରେ ଅଧ୍ୟାପକ ନଥିବାରୁ ପାଠ ପଢା ସଠିକ ଭାବେ ହୋଇ ପାରୁନଥିବା କଲେଜ ଅଧ୍ୟକ୍ଷମାନେ ଅଭିଯୋଗ ବାଢିଥିଲେ। 

{"id":139746}

ରାଜ୍ୟର ବିଭିନ୍ନି ପଛୁଆ ଅଞ୍ଚଳ କଲେଜ ଗୁଡିକରେ  ଅଧ୍ୟାପକମାନେ ନିଯୁକ୍ତି ପ​‌ରେ ବିଭିନ୍ନି କାରଣ ଦର୍ଶାଇ ଲବି କରି ସହର  ପାଖ  କଲେଜଗୁଡିକୁ ପଳେଇ ଆସୁଛନ୍ତି । ଫଳରେ ପଛୁଆ ଅଞ୍ଚଳ କଲେଜ ଗୁଡିକ​ ଗୁଣାତ୍ମକ ଶିକ୍ଷା ​କ୍ଷେତ୍ରରେ ପଛେଇ ଯାଉଛି ବୋଲି  ଉଚ୍ଚିଶିକ୍ଷା ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅଧ୍ୟକ୍ଷମାନେ ।

{"id":139747}

ବିଭିନ୍ନ  କାମ ବାହାନାରେ କଲେଜ ପାଠ ପଢାଇବା ଛାଡି ବିଭିନ୍ନ  ଦପ୍ତରରେ ଅଧ୍ୟାପକଙ୍କ  ଚକର  କାଟିବା  ଉପରେ  ରୋକ  ଲଗାଯାଇଛି। ବିନା କାରଣରେ  ଅଧ୍ୟାପକମାନେ କଲେଜ ନଛାଡିବାକୁ ପରାମର୍ଶ ଦିଆଯାଇଛି।  ଖୁବ ଶିଘ୍ର ରାଜ୍ୟରେ ୮୩୩ଅଧ୍ୟାପକଙ୍କୁ  ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।

{"id":139748}

ସେପଟେ   ନନ ଗମେଣ୍ଟ     କ​‌​‌ଲେଜ ଗୁଡିକରେ  ରାଜ୍ୟ ବଜେଟ, ବିଶ୍ବ ବ୍ୟାଙ୍କ ସ୍କିମ, ନାକ ଆକ୍ରିଡେସନ, ସ୍ବୟଂ ଶାସିତ ମାନ୍ୟତା, ସାମସ ଆଡମିସନ, ଭଳି ବିଭିନ୍ନ ସମସ୍ୟା ନେଇ  ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅରୁଣ  ସାହୁଙ୍କ ସହ  ଉଚ୍ଚଶିକ୍ଷା ବିଭାଗ ସଚ୍ଚିବଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.