ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଚାର ଧାମ ଯାତ୍ରା ପାଇଁ ଯାତ୍ରୀଙ୍କ ସୀମିତ ସଂଖ୍ୟା ଉପରୁ ହଟିଲା ପ୍ରତିବନ୍ଧକ

Published By : Prameya-News7 Bureau | October 05, 2021 IST

ଡେରାଡୁନ ୦୫/୧୦ : ଉତ୍ତରାଖଣ୍ଡ ଚାର ଧାମ ଯାତ୍ରାକୁ ନେଇ ଏକ ଖୁସି ଖବର ଅଛି। ଯାତ୍ରାରେ ଯାଉଥିବା ନିର୍ଦ୍ଦିଷ୍ଟ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ନେଇ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ନୈନିତାଲ ହାଇକୋର୍ଟ ଶ୍ରଦ୍ଧାଳୁଙ୍କୁ ଆଶ୍ବସ୍ତି ଦେଇଛନ୍ତି। ଏହାପୂର୍ବରୁ ହାଇକୋର୍ଟ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ସ୍ଥିର କରିଥିଲେ। ଏହି ପ୍ରତିବନ୍ଧକ ହଟାଯିବା ପରେ ଭକ୍ତମାନେ ଆରାମରେ ଚାର ଧାମକୁ ତୀର୍ଥଯାତ୍ରାରେ ଯାଇପାରିବେ।

ଚାର ଧାମ ଯାତ୍ରାରେ ଯାତ୍ରୀଙ୍କ ସଂଖ୍ୟା ଉପରୁ ପ୍ରତିବନ୍ଧକ ହଟିବା ପରେ ତୀର୍ଥ ପୁରୋହିତଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଓ ତୀର୍ଥ ପୁରୋହିତ ଏଥିପାଇଁ ହାଇକୋର୍ଟଙ୍କୁ ଆଭାର ବ୍ୟକ୍ତ କରିଛନ୍ତି। ଲୋକେ କହିଛନ୍ତି ଯାତ୍ରା ଏବେ ସୁଚାରୁ ରୂପେ ଚାଲିବ। କାରଣ ଯାତ୍ରୀଙ୍କ ସୀମିତ ସଂଖ୍ୟା ବାଧ୍ୟ ହେବାରୁ ଶ୍ରଦ୍ଧାଳୁଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କରୋନା ସଂକ୍ରମଣ ଯୋଗୁଁ ଚାର ଧାମ ଯାତ୍ରାରେ ପ୍ରତିବନ୍ଧକ ଲାଗିଥିଲା। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା। ଲୋକଙ୍କ ରୋଜଗାର ଠପ ହୋଇଯାଇଥିଲା। କରୋନା ମାମଲା ହ୍ରାସ ପାଇବା ପରେ ଚାର ଧାମ ଯାତ୍ରା ଆରମ୍ଭ କରିବାକୁ ଲୋକେ ଦାବି କରିଥିଲେ।

{"id":522774,"sizeSlug":"full","linkDestination":"none"}

ହାଇକୋର୍ଟ ଗତ ମାସରେ ହାଇକୋର୍ଟ ଶୁଣାଣି କରି ଚାର ଧାମ ଯାତ୍ରା ପାଇଁ ଅନୁମତି ଦେଇଥିଲେ। ତେବେ ଏଥିପାଇଁ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇଥିଲା। ମୁଖ୍ୟ ନ୍ୟାୟାଧୀଶ ଖଣ୍ଡପୀଠ ବଦ୍ରୀନାଥ ଧାମ ପାଇଁ ୧୨୦୦, କେଦାରନାଥ ଧାମ ପାଇଁ ୮୦୦, ଗଙ୍ଗୋତ୍ରୀ ପାଇଁ ୬୦୦ ଓ ଯମୁନେତ୍ରୀ ପାଇଁ ୪୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଥିଲେ। ଏହା ସହ ନ୍ୟାୟାଳୟ ପ୍ରତ୍ୟେକ ଯାତ୍ରୀଙ୍କ ନେଗେଟିଭ କୋଭିଡ ରିପୋର୍ଟ ଓ ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ସାର୍ଟିଫିକେଟ ମଧ୍ୟ ଅନିବାର୍ଯ୍ୟ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.