AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ସୁପ୍ରିମକୋର୍ଟଙ୍କ କଡ୍ଡା ଆଭିମୁଖ୍ୟ, କହିଲେ ପଶ୍ଚିମ ଓଡିଶାରେ ହେବନି ବେଞ୍ଚ

14/12/2022 at 2:32 PM

ନୂଆଦିଲ୍ଲୀ ୧୪/୧୨: ଓଡ଼ିଶାରେ ହାଇକୋର୍ଟର ଆଉ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ୪୦ ବର୍ଷ ଧରି ଚାଲିଥିବା ଦାବିକୁ ଲାଗିଛି ବଡ଼ ଧକ୍କା। ରାଜ୍ୟରେ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗ ଶୁଣାଣି ବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । କଡ୍ଡା ଭର୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି । ସ୍ଥାୟୀ ବେଞ୍ଚ ଦାବି ନେଇ ଓକିଲମାନେ ଆନ୍ଦୋଳନ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ପଶ୍ଚିମ ଓଡ଼ିଶା ଆଇନଜୀବୀ କହିଛନ୍ତି ଏନେଇ ସର୍ବୋଚ୍ଚ କୋର୍ଟରେ ସାନି ମାମଲା ରୁଜୁ କରିବେ।

ଯଶୱନ୍ତ ସିଂ କମିଟି ରିପୋର୍ଟ ଅନୁସାରେ ଏବଂ ଭୌଗୋଳିକ ସ୍ଥିତି ଏବଂ ଟେକ୍ନୋଲୋଜିକୁ ଦେଖିଲେ ପଶ୍ଚିମ ଓଡ଼ିଶାରେ ବେଞ୍ଚ ଆବେଦନ ଯଥାର୍ଥ ନୁହେଁ । ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ପୋଲିସର ସୁରକ୍ଷା ବ୍ୟବସ୍ଥା ଠିକ ନଥିଲା । ତୁମେ ଯଦି ପାରୁନ, ତେବେ ଆମେ ପାରାମିଲିଟାରୀ ଫୋର୍ସ ନେବୁ । ଏହା ପୋଲିସର ଚରମ ବିଫଳତା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହା ସହିତ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ହେଉଥିବା ଆନ୍ଦୋଳନ  ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଏଥିସହିତ ହାଇକୋର୍ଟରେ ଇ କୋର୍ଟ ପାଇଁ ହୋଇଥିବା ହଲକୁ ତିନି ମାସ ଭିତରେ କାର୍ଯ୍ୟକ୍ଷମ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସୁପ୍ରିମକୋର୍ଟରେ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର ହୋଇଥିଲେ ପୋଲିସ ମହାନିର୍ଦ୍ଦେଶକ ଏବଂ ଉତ୍ତରାଞ୍ଚଳ ଆଇଜି।

ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ଦାୟିତ୍ୱ କହିଛନ୍ତି ସୁପ୍ରିମକୋର୍ଟ । ଶାନ୍ତି ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଜରୁରୀ କହିଛନ୍ତି କୋର୍ଟ । ଓକିଲ ସଂଘ ଦେଇଥିବା ରିଜୋଲ୍ୟୁସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ଣ୍ଣାଙ୍ଗ ନଥିବା କହି ପୁଣି ଏକ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ୧୨ ତାରିଖରେ ଆନ୍ଦୋଳନ କରିଥିବା ସମସ୍ତ ଆଇନଜୀବୀଙ୍କ ଉପରେ ଅଦାଲତ ଅବମାନନା ନୋଟିସ ହୋଇଛି । High courtରେ ଯେଉଁ ହଲ ତିଆରି ହେଇଛି e-court ପାଇଁ ସେଠାରେ ସମସ୍ତ କାର୍ଯ୍ୟ ୩ ମାସ ଭିତରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ୪୦ ବର୍ଷ ଧରି ଦାବି ହେଉଥିବା ବେଳେ ତୁହାକୁ ତୁହା  ଆନ୍ଦୋଳନ ମୁଣ୍ଡ ଟେଖିଛି। ଆନ୍ଦୋଳନର ନେତୃତ୍ବ ଯଦିଓ ଆଇନଜୀବୀମାନେ ନେଉଥିଲେ ତେବେ ଅନେକ ସମୟରେ ଏଥିରେ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ ।  ଏପରିକି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ବି ଅନେକ ଆନ୍ଦୋଳନ ହୋଇଛି। ଏଥରର କିନ୍ତୁ ଆନ୍ଦୋଳନ ସବୁ ସୀମା ଡେଇଁଥିଲା। ଆନ୍ଦୋଳନ ତୁରନ୍ତ ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ତାଗିଦ କରିଥିଲେ ଏବଂ ଉଲ୍ଲଂଘନକାରୀ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  କହିଥିଲେ । ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରାଯାଇଥିବା କହିଛନ୍ତି  ପଶ୍ଚିମ ଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଭାପତି ଅଶୋକ ଦାସ | ଏହା ସହ ଓକିଲଙ୍କ ନାଁରେ ହୋଇଥିବା ମାମଲାକୁ ପ୍ରତ୍ୟାହାର  ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିବା ସହ ଲାଇସେନ୍ସ ଫେରାଇବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ଅନୁରୋଧ କରିଥିବା  କହିଛନ୍ତି।

   Related Posts