ଡିଜାଇନ ମୂର୍ତ୍ତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ, କହିଲେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ପୋଲିସ

Published By : Prameya-News7 Bureau | August 29, 2022 IST

କଟକ ୨୯/୦୮: କଟକ ସହରରେ ନିର୍ମିତ ହୋଇଥିବା ବିଭିନ୍ନ ବିବାଦୀୟ ଗଣେଶ ମୂର୍ତ୍ତି ମଣ୍ଡପ ମାନଙ୍କରେ ପୂଜା ପାଇବେକି ନାହିଁ । ସେ ନିଷ୍ପତ୍ତି ପୋଲିସ ନେବ । ବିବାଦୀୟ ମୂର୍ତ୍ତି ନିର୍ମାଣ ସମ୍ପର୍କିତ ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେବା ସହ, ଚୂଡାନ୍ତ ନିଷ୍ପତ୍ତି ପୋଲିସ ନେବ ବୋଲି କୋର୍ଟ କହିଛନ୍ତି । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନେକ ଗଣେଶ ମୂର୍ତ୍ତି ନିର୍ମିତ ହେଇଥିଲା । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।

ତେବେ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଆଖିରେ ରଖି ପୋଲିସ ମୂର୍ତ୍ତି ନିର୍ମାଣ ପାଇଁ ଆକଟ କରିଥିଲା ପୋଲିସ । ଯାହାକୁ ଚ୍ୟାଲେଞ୍ଜ କରି ମୂର୍ତ୍ତିକାର ନାରାୟଣ ମୁଦୁଲି ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଯାହା ଉପରେ ହସ୍ତକ୍ଷେପ କରିବାକୁ ଆଜି ମନା କରିଛନ୍ତି ହାଇକୋର୍ଟ । ତେବେ ଏନେଇ ଆବେଦନକାରୀ କିମ୍ବା ତାଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.