ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି, ଅଧା ରାସ୍ତାରୁ ଫେରିଗଲେ ବିଚାରପତି

Published By : Prameya-News7 Bureau | November 16, 2022 IST

ସମ୍ବଲପୁର ୧୬/୧୧: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ କଡା ଆଭିମୁଖ୍ୟ ଆପଣାଇଛି ଜିଲ୍ଲା ଓକିଲ ସଙ୍ଘ । ୨ ତାରିଖରୁ ପ୍ରତେକ ବୁଧବାର ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତ ଗୁଡିକୁ ବନ୍ଦ କରାଯାଉଛି ।

wp:html /wp:html

ବୁଧବାର ସକାଳୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓକିଲ ମାନେ ପିକେଟିଂ କରି ବନ୍ଦ୍ କରିଥିଲେ । ଏହାପରେ କୋର୍ଟକୁ ଆସୁଥିବା ସମସ୍ତ ବିଚାରପତିଙ୍କୁ ଅଦାଲତ ନଯିବା ପାଇଁ ଅନୁରୋଧ କରିଥିଲେ ଆନ୍ଦୋଳନରତ ଆଇନଜୀବୀ । ତଥାପି ବିଚାରପତି ମାନେ କିଛି ସମୟ ଅପେକ୍ଷା କରିଥିଲେ । ହେଲେ ଆନ୍ଦୋଳନରତ ଓକିଲ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବିଚାରପତି ମାନଙ୍କୁ ଅଧାରସ୍ତାରୁ ଫେରାଇ ଦେଇଥିଲେ ।

ସେପଟେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ସମ୍ବଲପୁର ଓକିଲ ସଙ୍ଘ କଡା ଭାଷାରେ ନିନ୍ଦା କରିଛନ୍ତି । ଏହି ଆନ୍ଦୋଳନକୁ ଆଜି ବିଭିନ୍ନ ସଂଗଠନ ମାନେ ମଧ୍ୟ ସମର୍ଥନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.