ବିସିଆଇର କଡ଼ା ଚେତାବନୀ ପରେ ଆନ୍ଦୋଳନରୁ ଓହରିବେ କି ଆଇନଜୀବୀ ? ଆଜି ପୁଣି ବସିବ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ

Published By : Prameya-News7 Bureau | November 01, 2019 IST

କଟକ ୧।୧୧: ଆଜି ପୁଣି ଥରେ ବସିବ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ । ବୈଠକରେ ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ହେବକି ନାହିଁ, ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଗତକାଲି ସାଧାରଣ ପରିଷଦ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନିଥିଲା । ତେବେ ଆଜି ଚୂଡାନ୍ତ ନିଷ୍ପତ୍ତି ହେବାର ସମ୍ଭବନା ରହିଛି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ, ନା ଆନ୍ଦେଳନ ପ୍ରତ୍ୟାହର ହେବ, ତା ଉପରେ ବୈଠକରେ ବିଶଦ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନ ସଭାପତି ।

ଓକିଲ ଆନ୍ଦୋଳନକୁ ଭିତ୍ତି କରି ହାଇକୋର୍ଟ ନିଜଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିଛନ୍ତି । ଯାହା ଉପରେ ଆସନ୍ତା ୪ ତାରିଖରେ ଶୁଣାଣି ହେବ । ତେଣେ ସମାନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଆସନ୍ତା ୮ ତାରିଖରେ ହେବ, ତେଣେ ଆନ୍ଦୋଳନରୁ ଓହରିଯିବା ଲାଗି ବାର କାଉନସିଲ୍ ଅଫ୍ ଇଣ୍ଡିଆ ତରଫରୁ ଆନ୍ଦୋଳନରତ ଓକିଲ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ହୋଇ ସାରିଛି ।  ସେନେଇ ୩ ତାରିଖ ସୁଦ୍ଧା ରିପୋର୍ଟ ଦେବାଲାଗି  ୬୮ ଟି ବାର ଆସୋସିଏସନକୁ ସ୍ପଷ୍ଟ ଭାବେ କହିଛନ୍ତି ବି ସି ଆଇ । ତେଣୁ ଆଜି ହେବାକୁ ଥିବା ବୈଠକ ଅନେକ କାରଣରୁ ଗୁରୁତ୍ବପୂର୍ଣ୍ଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.