ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ହସ୍ତାନ୍ତର ନେଇ ଚାଲିଛି ହାଇଭୋଲ୍ଟେଜ ଡ୍ରାମା, ନିର୍ଦ୍ଦେଶ ପରେ ବି ପଛଘୁଞ୍ଚା କାହିଁକି ?

15/12/2021 at 11:05 AM

ନୀଳଗିରି ୧୫୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଠାକୁରମାହାଲରେ ନୂତନ  ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ଚାଲିଛି ହାଇଭୋଲ୍ଟେଜ ଡ୍ରାମା । ଏଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପରିବର୍ତ୍ତେ ପୂର୍ବରୁ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ଉଠିଛି। ଏ ନେଇ ନୂତନ କରି ଯୋଗଦାନ କରିଥିବା ବିଷ୍ଣୁମୋହନ ଆଚାର୍ଯ୍ୟ ବାର ଦୁଆର ସୁଣ୍ଡି ପିଣ୍ଡା ଭଳି ହେଉଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ନୀଳଗିରି ଠାକୁରମାହାଲରେ ଏ ପର୍ଯ୍ୟନ୍ତ ପୂର୍ଣାଙ୍ଗ ବୋର୍ଡ ଗଠନ ହୋଇପାରିନଥିବା ଜଣାପଡିଛି। ପୂର୍ବରୁ ଠାକୁର ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ତହସିଲଦାର ଓ ଲୋକପ୍ରତିନିଧିତ୍ୱ କରୁଥିବା ବିଧାୟକ ବୋର୍ଡ଼ରେ ସଦସ୍ୟ ଭାବେ ରହିଥିଲେ । ହେଲେ କୌଣସି କାରଣରୁ ତାଙ୍କୁ ବାଦ ଦେବା ପରେ ଠାକୁରମାହାଲରେ ଆରମ୍ଭ ହୋଇଥିଲା ଅରାଜକତା।

ପୂର୍ବରୁ ନିର୍ବାହୀ ଅଧିକାରୀ ଭାବେ ଭୋଳାନାଥ ଜେନାଙ୍କ ପରେ ଏଣ୍ଡାମେଣ୍ଟ କମିଶନର ନୀଳଗିରି ଏନଏସିର ନିର୍ବାହୀ ଅଧିକାରୀଙ୍କୁ ଏହି ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଦୁଇ ଜଣ ଏହି ପଦବୀ ସମ୍ଭାଳିବା ପରେ ତତ୍କାଳୀନ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ରତନ କୁମାର ପଟ୍ଟନାୟକ ଅବସର ପରେ ଠାକୁରମାହାଲ ମ୍ୟାନେଜିଂ ଟ୍ରଷ୍ଟି ଅତିରିକ୍ତ ତହସିଲଦାରଙ୍କୁ ଦାୟିତ୍ୱ ଦେଇଥିଲେ । ଏହା ଭୁବନେଶ୍ୱର ଏଣ୍ଡାମେଣ୍ଟ କମିଶନରଙ୍କ ଅଗୋଚରରେ ତାଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ ଉଠିଛି । ଅବଶ୍ୟ ଏହା କଟକ ଆଡିସନାଲ ଆସିଷ୍ଟାଣ୍ଟ  ଏଣ୍ଡାମେଣ୍ଟ କମିଶନରଙ୍କୁ ଜଣାଯାଇଥିଲେ ବି ବିନା ଏଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶରେ ଏଭଳି ନିଯୁକ୍ତି ବେଆଇନ ବୋଲି କୁହାଯାଇଛି। ଏହାପରେ ନୂତନ କରି ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇଁ ଇଛୁକ ବ୍ୟକ୍ତିଙ୍କୁ ଆବେଦନ ପାଇଁ ନୋଟିସ ଝୁଲାଯାଇଥିଲା। ଭୁବନେଶ୍ୱର ଏଣ୍ଡାମେଣ୍ଟ କମିଶନରଙ୍କ ସମେତ ତିନିଜଣିଆ କମିଟି ଗତ ନଭେମ୍ବର ୨୫ରେ ଇଣ୍ଟରଭ୍ୟୁ ନେଇଥିଲେ । ଏଥିରେ ଧାରା ୭୩(ଆଇ)ଓଏଚଆରଇ ୧୯୫୯ ଆଧାରରେ ବୟସ କୋହଳ କରି ନୀଳଗିରି କଡମ୍ବସାହି ଅଞ୍ଚଳର ବିଷ୍ଣୁମୋହନ ଆଚାର୍ଯ୍ୟଙ୍କୁ ନିର୍ବାହୀ ଅଧିକାରୀ ଭାବେ ମନୋନୀତ କରାଯାଇଥିଲା।

ପୂର୍ବରୁ ସେ ୭ ବର୍ଷ ଏହି ଦାୟିତ୍ୱ ନେବାପରେ ସରକାରୀ ଚାକିରୀ ପାଇବାରୁ ଅବସର ପରେ ପୁଣି ନିର୍ବାହୀ ଅଧିକାରୀ ଭାବେ ସଠିକ କାର୍ଯ୍ୟ ତୁଲାଇବେ ବୋଲି ତାଙ୍କ ଉପରେ ଏଣ୍ଡାମେଣ୍ଟ କମିଶନର ଆସ୍ଥା ରଖିଥିବା ଜଣାଯାଏ। ତାଙ୍କୁ ୨୬.୧୧.୨୧ ରିଖ ପତ୍ରସଂଖ୍ୟା ୮୩୭୪ ଆଧାରରେ ନିର୍ବାହୀ ଅଧିକାରୀ ଭାବେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର କପି ଆଡିସନାଲ ଆସିଷ୍ଟାଣ୍ଟ ଏଣ୍ଡାମେଣ୍ଟ କମିଶନର, ଇନ୍ସପେକ୍ଟର ବାଲେଶ୍ଵର ଓ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାରଙ୍କୁ ନିର୍ଦ୍ଦେଶ ପତ୍ର ଆସିଥିଲା। ହେଲେ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଯାଇ ମ୍ୟାନେଜିଂ ଟ୍ରଷ୍ଟି ଦାୟିତ୍ୱରେ ଥିବା ତତ୍କାଳୀନ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଭେଟିବା ପରେ ସେ କୌଣସି ନିର୍ଦ୍ଦେଶ ପତ୍ର ପାଇ ନଥିବା କହିଥିଲେ। ଏଭଳି ଘଟଣା ଶ୍ରୀ ଆଚାର୍ଯ୍ୟ କମିଶନରଙ୍କୁ ଜଣାଇବା ପରେ ଗତ ୭ତାରିଖରେ ପୁଣି ଏଣ୍ଡାମେଣ୍ଟ କମିଶନର ପତ୍ରସଂଖ୍ୟା ୮୭୪୧ ଆଧାରରେ ନୀଳଗିରି ଉପଜିଲ୍ଲାପାଳଙ୍କୁ ବିଷ୍ଣୁମୋହନ ଆଚାର୍ଯ୍ୟଙ୍କୁ ନୂତନ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ନେଇ ନିର୍ଦ୍ଦେଶ ପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

ସେପଟେ ପତ୍ର ପାଇ ଉପଜିଲ୍ଲାପାଳ ଅତିରିକ୍ତ ତହସିଲଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ୯.୧୨.୨୧ ରିଖ ପତ୍ରସଂଖ୍ୟା ୫୦୭୬ ଆଧାରରେ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ଆଚାର୍ଯ୍ୟ ସେହିଦିନ ଓ ପରଦିନ ଯାଇ ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳଙ୍କୁ ଭେଟିବା ପରେ ସେ ପତ୍ର ପାଇନଥିବା କହିଥିଲେ। ମୋତେ ଟ୍ରଷ୍ଟ ବୋର୍ଡ ଡାକିବା ତାପରେ ଚାର୍ଜଦେବା, ଟ୍ରଷ୍ଟବୋର୍ଡର ନିର୍ଦ୍ଦେଶ ଅଛି । ପୁର୍ବତନ ମ୍ୟାନେଜିଂ ଟ୍ରଷ୍ଟି କହିନାହାନ୍ତି, ରାଣୀ ମୋତେ ଏମିତି କହିଛନ୍ତି ବୋଲି କହିବାରୁ ଶ୍ରୀ ଆଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଏଣ୍ଡାମେଣ୍ଟ କମିଶନରଙ୍କ ନିର୍ଦ୍ଦେଶ ବଡ଼ ନା ଏଭଳି କଥା ଶୁଣିବା ପରେ ଉପଜିଲ୍ଲାପାଳ ଦାୟିତ୍ୱରେ ବୀରକିଶୋର ପାଣିଗ୍ରାହୀଙ୍କୁ ସେ ଜଣାଇଥିଲେ। ସେ ତୁରନ୍ତ ତାଙ୍କୁ ଡକାଇ ତାଗିଦ କରିବା ସହ ନିର୍ଦ୍ଦେଶ ନାମା ହାତେ ହାତେ ଦେଇ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ସୋମବାର ସମସ୍ତଙ୍କୁ ଚିଠି କରିବି ତା’ପରେ  କିଛି ଦାୟିତ୍ୱ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟଙ୍କୁ କହିଥିଲେ । ନିର୍ବାହୀ ଅଧିକାରୀ ଦାୟିତ୍ୱକୁ ନେଇ ତୁତୁ ମେମେ ପରେ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଏଣ୍ଡାମେଣ୍ଟ କମିଶନର।

ତାଙ୍କ ନିର୍ଦେଶ ପାଳନ ନ ହେବା ପରେ ଶ୍ରୀ ଧଳ ଅଡ଼ୁଆରେ ପଡିପାରନ୍ତି ବୋଲି କୁହାଯାଇଛି। ଏବେ ବିଭାଘର ଓ ପର୍ଯ୍ୟଟନ ସମୟ ହୋଇଥିବାରୁ ଠାକୁରମାହାଲ ଅଫିସରେ ତାଲା ଝୁଲୁଛି। ଠାକୁରମାହାଲ ପୁଣି ଏଭଳି ବିବାଦରେ ଛନ୍ଦି ହେବା ଓ ଶ୍ରୀ ଆଚାର୍ଯ୍ୟଙ୍କୁ ଦାୟିତ୍ୱ ନେବାରେ ବିଳମ୍ବ ହେବା ନେଇ କିଛି ଭିତିରି ରହସ୍ୟ ଲୁଚି ରହିଥିବାର ଅଭିଯୋଗ ଉଠିଛି। ତେବେ ଏଭଳି ଘଟଣା ନେଇ ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳଙ୍କ ପ୍ରତିକ୍ରିୟା ନେବା ପରେ ଦାୟିତ୍ୱ ହସ୍ତାନ୍ତର ନେଇ ମୋତେ ଶୁକ୍ରବାର ଚିଠି ଆସିଥିଲା। ପରଦିନ ଛୁଟିଥିବା ବେଳେ ସୋମବାର ମଙ୍ଗଳବାର ଶ୍ରୀ ଆଚାର୍ଯ୍ୟ ରହିବେନି ବୁଧବାର କେସବୁକ ଦାୟିତ୍ୱ ହସ୍ତାନ୍ତର କରିବା ସହ ରାଣୀଙ୍କ ହାତରେ ଗଛିତ ଗହଣାର ଏକ ଚାବି ଥିବା ବେଳେ ସମସ୍ତଙ୍କ ଉପସ୍ଥିତି ରେ ମୁଁ ଏହା ଦେବାକୁ ଚାହୁଁଥିବା କହିଛନ୍ତି।

   Related Posts