'ବୁଲେଟ୍ ଆଉ ୫ ଲକ୍ଷ ଦେ'... 'ପ୍ରେମ କରୁଛୁ -ମୋତେ ସିନ୍ଦୂର ଦେ'... ବିଚ୍‌ ରାସ୍ତାରେ ପ୍ରେମୀଯୁଗଳଙ୍କ ହାଇଭୋଲଟେଜ୍ ଡ୍ରାମା

Published By : Prameya-News7 Bureau | June 04, 2021 IST

ଭୁବନେଶ୍ଵର ୦୪।୦୬: ମୋର ଘର ଲୋକ କଣ ତୁମକୁ କହିଥିଲେ...କାହାକୁ ଡକାକଡି ନାହିଁ ଫୁଲମାଳ ନେଇକି ଆସ ବାହା ହେଇଯିବି... ଯେମିତି ରଖିବା କଥା ସେମିତି ରଖିବି...ମୋତେ କହିବୁନି ଯେ ମୋତେ ସସମ୍ମାନେ ଭଲ ପାଆ। ଗଣ୍ଡେ ଖାଇବାକୁ ଦେବି ଆଉ ରୁମଟେ ଦେଇ କି ଦୁଇ ତିନି ଖଣ୍ଡ କପଡା ଦେଇ ପାରିବି। ମୋତେ ଛାଡିବୁନି ନା କଣ... ରାସ୍ତା ଉପରେ ଲଙ୍ଗଳା ହେବି କି...। ତୋତେ ମୁଁ ଛାଡିବିନି...ତୁ ମୋତେ ବାହା  ହଅ। ପ୍ରେମ କରୁଛୁ ମାନେ ମୋତେ ଘରକୁ ନେଇ ଯା...। ମୁଁ ତୋତେ ବୁଲେଟ୍ ଦେବି... ଯାହା ମାଗିବୁ ତାହା ଦେବି...କିନ୍ତୁ ମୋତେ ଘରକୁ ନେଇ ଯାଆ।  ବିଚରାସ୍ତାରେ ଏମିତି ତୁତୁ ମେଁମେଁ ହୋଇଛନ୍ତି ଦୁଇ ପ୍ରେମୀ ଯୁଗଳ। ରାଜଧାନୀ ଆଇ. ଜି. ପାର୍କରେ ଶୁକ୍ରବରା ଦେଖିବାକୁ ମିଳିଛି ଏମିତି ହାଇଭୋଲଟେଜ୍ ଡ୍ରାମା। ଯୁବତୀ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍‌ ଧରି ବସିଛନ୍ତି। ଯୁବତୀ ଅଭିଯୋଗ କରିଛନ୍ତି ଯେ, ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି କରିବା ସହ ବୁଲେଟ୍ ଓ ଚେନ୍ ଦାବି କରିଛନ୍ତି। ଯୁବକ ଅନ୍ୟ କଉ ଝିଅକୁ ଭଲ ପାଉଛନ୍ତି। ମନ ଭରିଲା ପରେ ଜାଣିଶୁଣି ମୋତେ ଦୂରେଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଯୁବତୀ କହିଛନ୍ତି।

ଦୁଇ ପ୍ରେମୀ ଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ ଇନ ରିଲେସନସିପରେ ଭୁବନେଶ୍ୱର ଅନେକ ହୋଟେଲରେ ଅନେକ ଥର ରହୁଥିଲେ। ପ୍ରେମିକ ଜଣକ ରାଉରକେଲାର ରଂଜିତ ନାୟକ ଏବଂ ପ୍ରେମିକା ହେଉଛି ଭୁବନେଶ୍ୱର କଳିଙ୍ଗ ବିହାର ଅଂଚଳର।  ରଞ୍ଜିତ  ରୋଜାଲିନଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ, ପରେ ରୋଜାଲିନଙ୍କୁ ଧରା ଛୁଆଁ ଦେଇ ନଥିଲେ। ରୋଜାଲିନ ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ।

wp:html /wp:html

ଅନ୍ୟପଟେ ରଞ୍ଜିତ ପ୍ରେମିକାର ଫୋନ ନ ଉଠାଇବା ଓ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲେ।  ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଂଚିଥିଲେ ଏବଂ ସାଙ୍ଗ ହୋଇ ଗତକାଲି ଭୁବନେଶ୍ୱର ଆସିଥିଲେ। ଆଜି ଆଇ ଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ, ଏହି ସମୟରେ ଦୁଇ ଜଣକ ମଧ୍ୟରେ  ଯୁକ୍ତି ତର୍କ ସହ ହାତାହାତୀ ପର୍ଯ୍ୟନ୍ତ କଥା ଯାଇଥିଲା। ବିଚ୍‌ ରାସ୍ତାରେ ଦୁଇ ପ୍ରେମିକଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ତେବେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଂଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚୁରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.