ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା, ପ୍ରତିକ୍ରିୟା ରଖିଲେ ପରିବହନ କମିଶନର

Published By : Prameya-News7 Bureau | September 29, 2022 IST

ଭୁବନେଶ୍ୱର, ୨୯/୦୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ କରାଯାଇଥିବା ସେ କହିଛନ୍ତି । ଓଡିଶା ସରକାର ଏହାର ଅର୍ଡର ଦେଇ ନାହାନ୍ତି । ୨୨ ରୁ ୨୬ଟି ରାଜ୍ୟ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁ କରାଯାଉଥିବା ସେ କହିଛନ୍ତି ।

ଅନ୍ୟପଟେ ସ୍ଲଟ ବୁକ ପାଇଁ ସ୍ଲଟ ମିଳୁ ନଥିବା ଅଭିଯୋଗ ପ୍ରସଙ୍ଗରେ ଅରୁଣ ବୋଥ୍ରା କହିଛନ୍ତି ଯେ, ଗତକାଲି ସୁଦ୍ଧା ୧୯ ଲକ୍ଷ ଲୋକ ବୁକିଂ କରିଛନ୍ତି । ୪୦ ଲକ୍ଷ ଗାଡି ମାଲିକ ସ୍ଲଟ ବୁକ କରିବେ । ଡେଡ ଲାଇନ ବଢ଼ାଇବା କଥା ଏବେ କହି ହବନି । ହାଇକୋର୍ଟ ଅର୍ଡର ଦେଲେ ଏହି ସମୟ ଅବଧି ବଢିବ । ନମ୍ବର ପ୍ଲେଟର କ୍ୱାଲିଟିକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି କିଛି କାହାର ଅସୁବିଧା ହଉଛି ତେବେ ପରବହନ ବିଭାଗକୁ ଜଣାନ୍ତୁ ବୋଲି ବୋଥ୍ରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.