ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ : କନ୍ଧମାଳରେ ହାଇଆଲର୍ଟ, ଚକାପାଦରେ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

Published By : Prameya-News7 Bureau | August 18, 2022 IST

ଫୁଲବାଣୀ ୧୮।୦୮ : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ I ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଦୁର୍ବୃତ୍ତ ମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

{"id":672589,"sizeSlug":"full","linkDestination":"none"}

ସେହିପରି କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲାର ଜଳେଶପଟା ଓ ଚକାପାଦ ଆଶ୍ରମରେ ପବିତ୍ର ଜନ୍ମାଷ୍ଟମୀ ପୂଜା ଓ ସ୍ୱାମୀଜିଙ୍କ ଶ୍ରାଦ୍ଧ ଦିବସ ୧ ୮ ଓ ୧ ୯ ତାରିଖ ଦୁଇଦିନ ଧରି ଧୁମଧାମରେ ପାଳନ ହେବ l ସମସ୍ତେ ମାସ୍କ ପିନ୍ଧିବା ସହ କୋଭିଡ଼ ନିୟମ ପ୍ରକାରେ କମ ସଂଖ୍ୟକ ଭକ୍ତଙ୍କ ମଧ୍ଯରେ ଜନ୍ମାଷ୍ଟମୀ ପର୍ବ ପାଳନ ହେବ ବୋଲି ଜଣାପଡିଛି l ଚକାପାଦ ଓ ଜଲେଶପଟା ଆଶ୍ରମରେ ପ୍ରଥମେ କଳସ ଶୋଭାଯାତ୍ରା ହେବ ଏହା ପରେ ହୋମଯଜ୍ଞ, ଗୋପୂଜନ, ନାମ ସଂ କୀର୍ତ୍ତନ,ଅନ୍ନ ଯଂଗ୍ୟ, ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣ l ନନ୍ଦ ସରସ୍ଵତୀ କହିଛନ୍ତି । ଫୁଲବାଣୀ ସମେତ ସମସ୍ତ ବ୍ଲକରେ ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭା କରାଯିବ l ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଠାରେ ଅତିରିକ୍ତ ଏସପିଙ୍କ ସମେତ ୨ ପାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି । ସେହିପରି ଜଲେଶପଟ୍ଟା ଆଶ୍ରମରେମଧ୍ୟ ୨ ଜଣ ଡିଏସପି ସମେତ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ସବ ଇନିସପେକ୍ଟର ନିୟୋଜିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.