ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ସନ୍ଦେହ ଘେରରେ ବିଧାୟକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି

Published By : Prameya-News7 Bureau | August 13, 2019 IST

ପାଟଣା ୧୩|୮:  ବିହାରର ରାଜଧାନୀ ପାଟଣା ସମେତ କେତେକ ସ୍ଥାନରେ ରାଜନେତା ତଥା ପ୍ରତିଷ୍ଠିତ ବ୍ୟକ୍ତିମାନେ ସେକ୍ସ ର୍ୟାକେଟ୍ ସହ ସଂପୃକ୍ତ ରହିଛନ୍ତି । ଏମିତି ଏକ ଅଭିଯୋଗ ଭୋଜପୁର ଜିଲ୍ଲାରୁ ଆସିଛି । ଏଠାରେ ଚାଲିଥିବା ସେକ୍ସ ର୍ୟାକେଟ୍ ରେ ଫସିଥିବା ଜଣେ ନାବାଳିକା ଏଭଳି ଅଭିଯୋଗ ଆଣିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି ।

ପୀଡିତା ନାବାଳିକା ଜଣଙ୍କ ପୋଲିସ ଏବଂ କୋର୍ଟ ସମ୍ମୁଖରେ ଘଟଣାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ସେକ୍ସ ର୍ୟାକେଟ୍ ର ମହିଳା ଦଲାଲ ତାଙ୍କୁ ଆରା, ପାଟଣା ଏବଂ ଲକ୍ଷ୍ନୌର କେତେକ ରାଜନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିକଟକୁ ଦେହ ବ୍ୟବସାୟ କରିବା ପାଇଁ ପଠାଇଥାନ୍ତି । ସେ କହିଛନ୍ତି ଯେ, ଦଲାଲ ତାଙ୍କୁ ବିଧାୟକ, ଇଂଜିନିୟର ଏବଂ ଠିକାଦାରମାନଙ୍କ ନିକଟକୁ ନେଇ ଯାଉଥିଲେ । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ ଯେ, ସେ ବିଧାୟକ କିଏ ଏବଂ ସେ କେଉଁ ଦଳର ।

ପୀଡିତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ସେକ୍ସ ର୍ୟାକେଟ୍ ରେ ସଂପୃକ୍ତ ମହିଳା ଦଲାଲ ଅନୀତା ଦେବୀ ସମେତ ଦୁଇଜଣକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଆରା ସନ୍ଦେଶ ଥାନା ଅଞ୍ଚଳ ମାନିୟଚ୍ଛ ଅଞ୍ଚଳରେ ରହୁଥିଲ ଅନୀତା । ସେଠାରେ ରହୁଥିବା ଲାଲି ନାମକ ଜଣେ ମହିଳା ସଂପୃକ୍ତ ନାବାଳିକାଙ୍କୁ ଅନୀତାଙ୍କ ନିକଟକୁ ନେଇ ଆସିଥିଲେ ।

ଅନୀତା ନାବାଳିକା ପୀଡିତାଙ୍କୁ ନେଇ ଜଣେ ଇଂଜିନିୟର ଏବଂ ପାଟଣା ସଚିବାଳୟର କ୍ବାର୍ଟରକୁ ନେଇ ପୀଡିତା ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ଏକ ହୋଟେଲକୁ ନେଇ ସେଠାରେ ଦେହ ବ୍ୟବସାୟରେ ଲଗାଯାଇଥିଲା । ଏହାପରେ ପୀଡିତା ଅନୀତାଙ୍କ ଘରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲା । ପୀଡିତାଙ୍କୁ ଖୋଜିବାକୁ ଆସି ପୋଲିସ ହାତରେ ଧରାପଡିଥିଲା ଅନୀତା ।

ପୀଡିତାଙ୍କ ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ଇଂଜିନିୟରଙ୍କର ଚିହ୍ନଟ କରିଛି । ଏହି ସେକ୍ସ ର୍ୟାକେଟ୍ ରେ ବହୁ ରାଜନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.