ରାଜଧାନୀରେ ହାଇପ୍ରୋଫାଇଲ୍ ଅତିଥି ଚୋର: ବାହାଘର ରିସେପ୍ସନରେ ଖାଇଲେ , ୭ଲକ୍ଷର ଗିଫ୍ଟ ବ୍ୟାଗ୍ ଧରି ଛୁ ମାରିଲେ, ସିସିଟିଭି ଫୁଟେଜ୍‌ରେ ଲୁଟ୍‌ର ଲାଇଭ୍

Published By : Prameya-News7 Bureau | March 03, 2020 IST

ଭୁବନେଶ୍ବର ୩/୩: ବାହାଘର ପାର୍ଟିରୁ ଫିଲ୍ମ ଷ୍ଟାଇଲରେ ଲୁଟ୍ । ଶତାଧିକ ଲୋକଙ୍କ ଆଖିରେ ଧୂଳି ଦେଇ ଲୁଟିଲେ ଦୁଇ ଦୁବୃର୍ତ୍ତ । ଅତିଥି ହୋଇ ଦୁବୃର୍ତ୍ତ ବାହାଘର ଭୋଜିକୁ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହ ମିଶିଲେ । ତା ପରେ ମଉକା ଦେଖି ସମସ୍ତଙ୍କୁ ଭୂଆଁ ବୁଲେଇ ଗିଫ୍ଟ ମିଳିଥିବା ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମାରିଲେ । ଶନିବାର ଚନ୍ଦ୍ରଶେଖରପୁର ଥାନା ନିକଟରେ ଥିବା ଏକ ବାହାଘର ମଣ୍ଡପରେ ଏହି ଲୁଟ ହୋଇଛି ।

wp:html /wp:html

ଏହି ଦୁଇ ଜଣ ଯୁବକ ଲୁଟ କରିଛନ୍ତି । ଜଣେ ଧଳା ପ୍ୟାଣ୍ଟ ଓ ଫୁଲ ସାର୍ଟ ପିନ୍ଧିଥିଲା। ଆଉ ଜଣେ ପିନ୍ଧିଥିଲା କଳା ଫୁଲ ଟି ସାର୍ଟ ଓ ଜିନ୍ସ ପ୍ୟାଣ୍ଟ । ସିସି ଟିଭି ଫୁଟେଜରେ ପୂରା ଲୁଟର ଦୃଶ୍ୟଟି କଏଦ ରହିଛି । ପ୍ରଥମେ ଦୁଇ ଜଣ ବାହାଘର ଭୋଜି ଭିତରକୁ ପଶିଲେ । ପରେ ବାହାଘର ଭୋଜିରେ ବୁଲିଲେ । ଯେଉଁ ସୋଫା ଉପରେ ଟଙ୍କା ବ୍ୟାଗଟି ଅଛି, ତା ନିକଟରେ ଯୁବକ ଜଣକ ବୁଲିଥିଲା। ପରେ ଧିରେ ଧିରେ ସୋଫା ପାଖକୁ ଯାଇଥିଲା । ଆଉ ଚାରିଆଡ଼େ ନଜର କରିଥିଲା, ଯେମିତି ତାକୁ କେହି ଦେଖୁନାହାନ୍ତି ତ । ଏହା ପରେ ଆଖି ପିଛୁଳାକେ ବ୍ୟାଗ୍ ନେଇ ଚମ୍ପଟ ମାରୁଛି । ଏହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ସେପଟେ ସିସି ଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

{"id":232338,"sizeSlug":"large"}

ରାଜଧାନୀରେ ଦିନକୁ ବଢୁଛି ଲୁଟ । ପୋଲିସ ଯେତେ ସତର୍କ ହେଲେ ମଧ୍ୟ, ଲୁଟ କରୁଥିବା ଅପରାଧୀ ନୂଆ ନୂଆ ତରିକା ଆପଣାଉଛନ୍ତି । ଯାହା ବର୍ତମାନ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ଏହି ବ୍ୟାଗରେ ପ୍ରାୟ ୭ଲକ୍ଷ ଟଙ୍କା ରହିଥିଲା ବୋଲି ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.