ମା’କୁ ୨୦୦ ଥର ଛୁରୀରେ ଭୁସି ହତ୍ୟା କଲା ଝିଅ, କାଟି ପକାଇଲା ଜିଭ ଏବଂ ତଣ୍ଟି

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧/୧୨: ମା’ର ସ୍ନେହ ମମତାକୁ ଭୁଲି ଝିଅ ପାଲଟିଲା ହତ୍ୟାକାରୀ। ନିଜ ମା’କୁ ଛୁରୀରେ ୨୦୦ ଥର ଭୁସି ହତ୍ୟା କଲା ଝିଅ। ମା’ର ଜିଭ, ନାକ, ଆଖି କାଟି ପକାଇଲା ଝିଅ। ମାମଲା କୋର୍ଟରେ ପହଞ୍ଚିବା ପରେ ଝିଅ କ୍ଷମା ମାଗିବା ସହ ସେ ମାନସିକ ବିକାରଗ୍ରସ୍ତ ଥିବା ଯୋଗୁ ଦଣ୍ଡ ନଦେବାକୁ ଅନୁରୋଧ ମଧ୍ୟ କରିଛି।

ଏଭଳି ଏକ ନାରକୀୟ ଘଟଣା ସିଡନୀରେ ଘଟିଛି। ଜେସିକା କ୍ୟାମେଲେରି ନିଜର ୫୭ ବର୍ଷୀୟା ମା’ ରୀଟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି। ମା’ଙ୍କ ଶରୀରକୁ ଛୁରୀରେ ୨୦୦ ଥର ଭୁସି ହତ୍ୟା କରିଥିବା ବେଳେ ଜିଭ, ଗଳା, ଆଖିକକୁ ଆଘାତ ଦେଇଥିବା ପୋଲିସ କହିଛି। ପୋଲିସ ରୀଟାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରୋଷେଇ ଘରୁ ଜବତ କରିଛି।

ସେପଟେ କୋର୍ଟରେ ଜେସିକାଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲ୍‌ କହିଛନ୍ତି ପ୍ରଥମେ ସେ ତାଙ୍କ ମାଙ୍କୁ ଛୁରୀରେ ହତ୍ୟା କରିଛନ୍ତି ପରେ ତାଙ୍କ ମୁଣ୍ଡ ଶରୀରରୁ ଅଲଗା କରିଛନ୍ତି। ଏହାସହ ଜେସିକା ଡିସ୍‌ଲେକ୍‌ସିଆ, ବୌଦ୍ଧିକ ବିକଳାଙ୍ଗ ଆଦି ରୋଗରେ ପୀଡ଼ିତ ଅଛନ୍ତ ବୋଲି ତାଙ୍କ ଓକିଲ କୋର୍ଟରେ କହିଛନ୍ତି। ତେଣୁ ଜେସିକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ନଦେବାକୁ ସେ ମଧ୍ୟ କହିଛନ୍ତି।

ମାନସିକ ବିକାରଗ୍ରସ୍ତ ଜେସିକା ନିଜକୁ ରକ୍ଷା କରିବାକୁ ଯାଇ ହତ୍ୟା କରିଥିବା ମଧ୍ୟ ଓକିଲ କୋର୍ଟରେ କହିଥିବା ଜଣାପଡ଼ିଛି। ତେବେ କୋ୍ର୍ଟଙ୍କ ରାୟ ଆସିବା ପରେ ଜେସିକାଙ୍କୁ କଣ ଦଣ୍ଡ ମିଳିବ ସେନେଇ ସ୍ପଷ୍ଟ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.