ପୁଣି ଚାଲିବ ଚୌଦ୍ବାରର ଓଟିଏମ, ସଚ୍ଚିବାଳୟରେ ଉଚ୍ଚସ୍ତରୀୟ ବୈଠକ
22/01/2019 at 9:39 PM

ଭୁବନେଶ୍ବର୨୨|୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଶିଳ୍ପମନ୍ତ୍ରୀ ଓଟିଏମ୍ ପୁନରୁଦ୍ଧାର ସମ୍ପର୍କୀତ ଏକ ବୈଠକ ମଙ୍ଗଳବାର ଡାକିଥିଲେ। ବୈଠକରେ ଶିଳ୍ପ ପ୍ରମୂଖ ସଚିବ, ଆଇନ ପ୍ରମୂଖ ସଚିବ, ହାଣ୍ଡଲୁମ ଓ ଟେକ୍ସଟାଇଲ କମିଶନର କମ୍ ସେକ୍ରେଟାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠରେ ଆଇନ ପ୍ରମୂଖ ସଚିବ ସୂଚନା ଦେଇଛନ୍ତି ଯେ ୨୦୧୭ ଏପ୍ରିଲ ୫ ତାରିଖରେ କମ୍ପାନି କୋର୍ଟ ନିର୍ଦେଶ ଅନୁଯାୟୀ ଇଡ୍କୋ , ଏକ ଟେକ୍ସଟାଇଲ ପାର୍କ ତିଆରି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ୩୦ କୋଟି ଟଙ୍କା ଜମା କରିଛି। ଏହାସହ ଇଡ୍କୋ, ଓଟିଏମ୍ର ୫୩୦ ଏକର ଜାଗାରେ ଏକ ଟେକ୍ସଟାଇଲ୍ ପାର୍କ ୭୬ କୋଟି ଟଙ୍କା ଖର୍ଚ୍ଚ କରିବ ଓ ଏହି ଅର୍ଥ ଜମା କରିଛି ବୋଲି ସତ୍ୟପାଠରେ ଦର୍ଶାଇଛି। ଯେହେତୁ ଏହା ପରେ କମ୍ପାନି କୋର୍ଟ ବସି ନାହଁ ଏହି କ୍ଷେତ୍ରରେ ଅଧିକ ଅଗ୍ରଗତି ହୋଇ ନାହିଁ। ଆଗାମୀ ଦିନରେ ଏହି ପ୍ରକ୍ରିୟ କିପରି ଶୀଘ୍ର ଆଗେଇବ ସେନେଇ ସରକାର ନିଷ୍ପତି ନେବେ ବୋଲି ଆଇନ ସଚିବ ସୂଚନା ଦେଇଥିବା ବୈଠକରେ ସାମିଲ ଥିବା କଟକ-ଚୌଦ୍ବାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ କହିଛନ୍ତି ।