oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁରକ୍ଷା ବଳୟରେ ଥାଇ ବି ପୁଣି ଟାର୍ଗେଟ୍ : ରୋଡ୍ ସୋ ବେଳେ କୈଳାଶ ବିଜୟବର୍ଗୀୟଙ୍କ ଗାଡି ଉପରେ ପଡିଲା ଜୋତା

4/01/2021 at 6:55 PM

କୋଲକାତା ୦୪/୦୧ : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ । ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତାର ପାର୍ଟି ମଧ୍ୟରେ ରାଜନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ନିର୍ବାଚନ ଯେତେ ପାଖେଇ ଆସୁଛି ବେଙ୍ଗଲରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଏ ତମାମ ଘଟଣା ଭିତରେ ଆକ୍ରମଣ ପ୍ରତ୍ୟାକ୍ରମଣ ମଧ୍ୟ ଜାରି ରହିଛି ।

ତେବେ ଏହାରି ମଧ୍ୟରେ ଏକ ରୋଡ ସୋ ବେଳେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ ଏବଂ ମୁକୁଳ ରାୟଙ୍କ ଗାଡି ଉପରକୁ ଜୋତା ମାଡ ହୋଇଥିବା ସୂଚନା ମିଳିଛି । ଟିଏମସି କାର୍ଯ୍ୟକର୍ତ୍ତାମାନେ ଜୋତା ଫିଙ୍ଗିଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ସେପଟେ ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗାଳିଗୁଲଜ କରିଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ ବିଜେପି ପକ୍ଷରୁ ସୋମବାର ଏକ ରୋଡ ସୋ ପାଇଁ କୋଲକାତା ପୋଲିସକୁ ଅନୁମତି ମଗାଯାଇଥିଲା । ତେବେ ପୋଲିସ ଏଥିପାଇଁ ଅନୁମତି ଦେଇନଥିଲା । ଏହା ପରେ ମଧ୍ୟ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଥିଲେ ବିଜେପି ରୋଡ ସୋ କରିବ । ଏହା ସହ ଦିଲ୍ଲୀପ କହିଛନ୍ତି ପଶ୍ଚିବମଙ୍ଗ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ବିଜପି ଟାର୍ଗେଟ କରୁଛି । ରୋଡ ସୋ ପାଇଁ ଅନୁମତି ଦେଉନାହିଁ ।

   Related Posts