କଟକ ୨୪/୦୨: ପାରାଦ୍ୱୀପ ବନ୍ଦରରେ ଅଟକିଥିବା ଏମ.ଭି ଦେବୀ ଯାହଜ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ବର୍ଥ ଦେୟ ଏବଂ ଅନ୍ୟାନ୍ୟ ଶୁଳ୍କ ବାବଦୀୟ ମାମଲା ପ୍ରସଙ୍ଗରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରାତିରେ ଏହି ଜାହଜରୁ ୨୨ ଟି ପ୍ୟାକେଟ କୋକେନ ଜବତ ହୋଇଥିଲା ।
ତେବେ ଏମ ଭି ଦେବୀ ଜାହଜରୁ ପ୍ରାୟ ୭ କୋଟି ୯୫ ଲକ୍ଷ୍ୟ ଟଙ୍କାର ପ୍ରାପ୍ୟ ପାଇବାର ଅଛି ବୋଲି ଦାବି କରି ପାରାଦ୍ୱୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା । ଆବେଦନାକାରୀ ଦର୍ଶାଇଥିଲେକି, ବର୍ଥ ଭଡା, ଜରିମନା, ସୁଧ, ଆଇନଗତ ବ୍ୟୟ ଇତ୍ୟାଦିକୁ ମିଶାଇ ମୋଟ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କାର ଦେୟ ଏମ ଭି ଦେବୀ ଜାହଜ ଦେବାକଥା ।
ଯେଉଁଥିରେ ଖିଲାପ ହୋଇଥିବା ବେଳେ ସମ୍ପୃକ୍ତ ଜହାଜରୁ କୋକେନ ଜବତ ହୋଇଥିବା କଥା ମଧ୍ୟ ସ୍ପଷ୍ଟ ହୋଇଛି। ଯାହାକୁ ଆଧାର କରି ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏମ ଭି ଦେବୀ ଜାହଜକୁ ତୁରନ୍ତ ଗିରଫ କରିବାଲାଗି ନିର୍ଦେଶ ହୋଇଛି । ଗିରଫ ଆଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ ।
ପିଆଇସିଟି ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଭି. ନରସିଂହ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୨୧ ତାରିଖରେ ଜଷ୍ଟିସ୍ ନରସିଂହ ଏହି ଜାହାଜ ଗିରଫ ସଂକ୍ରାନ୍ତରେ ରୁଜୁ ଅନ୍ତରୀଣ ପିଟିସନ୍ ଉପରେ ଶୁଣାଣି ଆରମ୍ଭ କରିଥିଲେ । ମାତ୍ର ଦୁଇଦିନ ମଧ୍ୟରେ ଶୁଣାଣି ଶେଷ କରି ଏହି ରାୟ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
you can also read....
wp:embed {"url":"https://www.prameyanews7.com/lok-sabha-election-date-announced-after-march-13/","type":"wp-embed","providerNameSlug":"prameya-news-7"} /wp:embed