scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିୟମ ନ ମାନି ୫୦ ଲକ୍ଷ ଫାଇନ୍ ମାମଲା: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସ’ କୁ  ହାଇକୋର୍ଟ ଦେଲେ ସୁରକ୍ଷା

10/08/2023 at 6:50 PM

ନୂଆଦିଲ୍ଲୀ: ନିୟମ ନ ମାନି ଜରିମାନାରେ ଦଣ୍ଡିତ ହୋଇଥିବା ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର(ଏକ୍ସ କର୍ପ)କୁ ଅନ୍ତରୀଣ ସୁରକ୍ଷା ଦେଲେ କର୍ଣ୍ଣାଟକ ହାଇକୋର୍ଟ। ଫେବ୍ରୁଆରୀ ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନିୟମ ମାନି ନଥିବାରୁ ଗତ ଜୁନ ମାସରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଫାଇନ୍ ହୋଇଥିଲା। ଏହାପରେ କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଗୁରୁବାର ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ୫୦ ଲକ୍ଷ ଫାଇନ୍‌କୁ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ତେବେ ନୈତିକତା ଓ ପ୍ରାମାଣିତକତା ଦୃଷ୍ଟିରୁ ଏକ୍ସ କର୍ପ୍ସକୁ ସପ୍ତାହ ଭିତରେ ୨୫ ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୪ରେ ପରବର୍ତ୍ତୀ ଶୁଣାଣି ହେବ।

କାହିଁକି ହେଲା ଫାଇନ ?

କେନ୍ଦ୍ର ସରକାର ଫେବ୍ରୁଆରୀ ୨୦୨୧ ଓ ଫେବ୍ରୁଆରୀ ୨୦୨୨ ମଧ୍ୟରେ ଟ୍ୱିଟରକୁ କେତୋଟି ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ ସେଥିମଧ୍ୟରୁ ୩୯ଟି ବ୍ଲକିଂ ନିର୍ଦ୍ଦେଶକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା କମ୍ପାନୀ। ନୂଆ ଆଇଟି ନିୟମ ଅନୁସାରେ ଟ୍ୱିଟର ଆକାଉଣ୍ଟରୁ କଣ୍ଟେଣ୍ଟ ହଟାଇବାକୁ ସରକାର ଦେଇଥିବା ନିର୍ଦ୍ଦେଶକୁ କମ୍ପାନୀ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।   

ପଢ଼ନ୍ତୁ-ଟେଲିକମ୍‌ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଝଟକା, ସରକାର କରୁଛନ୍ତି D2M ଯୋଜନା, ବିନା ଇଣ୍ଟରନେଟ୍‌ରେ ମୋବାଇଲରେ ଦେଖିହେବ TV 

ପିଟିସନ ଶୁଣାଣି ସମୟରେ ଟୁଇଟର ଯୁକ୍ତି ଦର୍ଶାଇଥିଲା ଯେ ଏକ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରିବା କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶର କାରଣଗୁଡ଼ିକ କହିବା ଉଚିତ୍। ତା ସହିତ ତତ୍‌ସମ୍ପର୍କିତ ଏକ ମାନଦଣ୍ଡ ତିଆରି କରିବାକୁ ଟ୍ୱିଟର କହିଥିଲା। ଫଳରେ ଆଇଟି ଆକ୍ଟ ୨୦୦୦ ଅଧୀନରେ ଦିଆଯାଉଥିବା ସରକାରୀ ନିର୍ଦ୍ଦେଶଗୁଡ଼ିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ।

ଅନ୍ୟପଟେ କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ବ୍ଲକିଂ ଆଦେଶ ଜାରି ହେବା ପୂର୍ବରୁ ସରକାର ଏବଂ ଟ୍ୱିଟର ପ୍ରତିନିଧୀଙ୍କ ମଧ୍ୟରେ ପ୍ରାୟ ୫୦ ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ୱିଟର ଅନେକ ବର୍ଷ ହେଲା ଏକ ଅଭ୍ୟାସଗତ ନିୟମମାନୁନଥିବା ସଂସ୍ଥା। ଏଥିରୁ ଟ୍ୱିଟରର ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଛି ଯେ କମ୍ପାନୀ ଦେଶର ନିୟମ ପାଳନ କରିବାକୁ ଚାହୁଁନି ବୋଲି ସରକାର କୋର୍ଟଙ୍କୁ କହିଥିଲେ।

ସୂଚନା ଥାଉକି ଜୁନ ମାସରେ କର୍ଣ୍ଣାଟକ ହାଇକୋର୍ଟ ଏସମ୍ପର୍କିତ ଟ୍ୱିଟର ଆବେଦନକୁ ଖାରଜ କରିଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଯିବାରୁ କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କା ଫାଇନ୍ କରିଥିଲେ। ଜଣିକିଆ ଖଣ୍ଡପୀଠ ମାମଲାରେ ଶୁଣାଣି କରି ଅଗଷ୍ଟ ୧୫ ସୁଦ୍ଧା ଫାଇନ ଟଙ୍କା ଦେବାକୁ କହିଥିଲେ। ହେଲେ ଗୁରବାର ଜଷ୍ଟିସ ପିବି ଭାରାଲେ ଓ ଜଷ୍ଟିସ ଏମ୍‌ଜିଏସ୍‌ କମଲଙ୍କ ଖଣ୍ଡପୀଠ ଫାଇନ୍ ଉପରେ ରହିତାଦେଶ ଲଗାଇଛନ୍ତି।  

ପଢ଼ନ୍ତୁ-ନିୟମରେ ହେବନି ପରିବର୍ତ୍ତନ, ମାନିବାକୁ ପଡିବ ଆଇନ; ମସ୍କଙ୍କ ଟ୍ୱିଟର ଅଧିଗ୍ରହଣ ପରେ ଭାରତ ସରକାରଙ୍କ ବୟାନ

   Related Posts