ତାମିଲନାଡୁରେ ୪୪ଟି ସ୍ଥାନରେ ରାଲି ପାଇଁ RSSକୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ

Published By : Prameya-News7 Bureau | November 04, 2022 IST

ଚେନ୍ନାଇ: ତାମିଲନାଡୁରେ ୪୪ଟି ସ୍ଥାନରେ ରାଲି ପାଇଁ ରାଷ୍ଟ୍ରୀୟ ସ୍ୱୟମସେବକ ସଂଘ(RSS)କୁ ଅନୁମତି ଦେଲେ ମାଡ୍ରାସ ହାଇକୋର୍ଟ। ଆର୍‌ଏସ୍ଏସକୁ ରାଲି ପାଇଁ ଅନୁମତି ଦେବାକୁ ତାମିଲନାଡୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନଭେମ୍ବର ୬ ତାରିଖରେ ରାଜ୍ୟର ୪୪ ଟି ସ୍ଥାନରେ ରାଲି କରିବ ସଂଘ।

ଆରଏସଏସ ରାଲିକୁ ଅନୁମତି ନଦେବାରୁ ତାମିଲନାଡୁ ପୁଲିସକୁ ଭର୍ତ୍ସନା କରିଥିଲେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଜିକେ ଇଲାନ୍ଥିରିୟାନ। ଗୁଇନ୍ଦା ରିପୋର୍ଟ ଉପରେ ଭରୋସା କରି ରାଲିକୁ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।

ରିପୋର୍ଟ ଅନୁସାରେ, କେତେକ ସ୍ଥାନରେ ଦଶନ୍ଧିରୁ ଅଧିକ ଦିନ ହେବ ମାମଲା ରହିଛି। ତେବେ ଏହି ମାମଲା ସବୁ ଖବରକାଗଜ ଓ ମେଗାଜିନ ରିପୋର୍ଟ ଆଧାରିତ। ତେଣୁ ରାଲି ରୋକିବାକୁ କୌଣସି ସମସ୍ୟା ମିଳିଲାନି ବୋଲି କୋର୍ଟ କହିଛନ୍ତି।

ତେବେ ରାଜ୍ୟରେ ୬ଟି ସ୍ଥାନରେ ରାଲି କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ସ୍ଥାନଗୁଡ଼ିକ ହେଲା କୋଏମ୍ବାତୁର, ମେଟ୍ଟୁପଲାୟାମ ଏବଂ ପୋଲ୍ଲାଚି, ତ୍ରିପୁର ଜିଲ୍ଲାର ପଲ୍ଲାଦମ, କନ୍ୟାକୁମାରୀର ଅରୁମନାଇ ଏଭଂ ନାଗେରକୋଏଲ। ଏହି ୬ଟି ସ୍ତାନରେ ସଂଘ ରାଲି କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନା ଥାଉକି, ତାମିଲନାଡୁରେ ୫୦ଟି ସ୍ଥାନରେ ରାଲି କରିବାକୁ ହାଇକୋର୍ଟଙ୍କ ଠାରୁ ଅନୁମତି ମାଗିଥିଲା ସଂଘ। ହେଲେ ତାମିଲନାଡୁ ପୁଲିସ ଏଥିପାଇଁ ଅନୁମତି ଦେଇ ନଥିଲା। ହେଲେ କୋର୍ଟ ଏବେ ମାମଲାର ଶୁଣାଣି କରି ସଂଘକୁ ରାଲି କରିବାକୁ ଅନୁମତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.