ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ପରିବାରକୁ ହସ୍ତାନ୍ତର ପୂର୍ବରୁ ପୁଣି ହେବ ଦୁଷ୍କର୍ମକାରୀଙ୍କ ମୃତଦେହର ବ୍ୟବଚ୍ଛେଦ

21/12/2019 at 2:16 PM

ହାଇଦ୍ରାବାଦ ୨୧।୧୨:  ମୃତ ୪ଦୁଷ୍କର୍ମକାରୀଙ୍କ ମୃତଦେହର ପୁନଃବ୍ୟବଚ୍ଛେଦ ନିର୍ଦ୍ଦେଶ ।  ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ଓ ପୋଡି ହତ୍ୟା ଘଟଣାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତ ମୃତ୍ୟୁ ଘଟଣାରେ ନୂଆ ନିର୍ଦ୍ଦେଶ । ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୪ଜଣ ଅଭିଯୁକ୍ତଙ୍କ ପୁନର୍ବାର ପୋଷ୍ଟ ମର୍ଟମ କରିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗାନ୍ଧୀ ହସ୍ପିଟାଲର ଶବ ଗୃହରେ ୪ଜଣଙ୍କ ମୃତଦେହ ରହିଛି । ଗୁରୁବାର ଦିନ ତେଲେଙ୍ଗାନା ହାଇକୋର୍ଟରେ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଅଭିଯୁକ୍ତଙ୍କ ମୃତଦେହ ହସ୍ତାନ୍ତର ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା ।

ତେଲେଙ୍ଗାନା ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ଓ ପୋଡି ହତ୍ୟା ମାମଲାରେ ୨୯ନଭେମ୍ବରରେ ୪ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ୬ଡିସେମ୍ବରରେ କ୍ରାଇନ ସିନ ରିକ୍ରିଏଟ କରିବା ସମୟରେ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ପୋଲିସ ଏନକାଉଣ୍ଟରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ପୋଲିସ କହିବାନୁଯାୟୀ ଅଭିଯୁକ୍ତମାନେ ପୋଲିସ ବନ୍ଧୁକ ନେଇ ଖସିଯିବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲେ । ପୋଲିସ ପ୍ରତିରକ୍ଷାରେ ଗୁଳି ଚଳାଇଥିଲା, ଯାହାଫଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । NHRCର ୭ଜଣିଆ  ଟିମ୍ ଏନକାଉଣ୍ଟ ଘଟଣାର ତଦନ୍ତ ଜାରି ରଖିଛନ୍ତି । ସେପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ SIT ମଧ୍ୟ ଗଠନ କରାଯାଇଛି ।

   Related Posts