ପାଦ୍ରୀ ଅରୁଲ ଦସ ହତ୍ୟା ମାମଲା: ଦାରା ସିଂ ଓ ତାର ୩ ସହଯୋଗୀଙ୍କ ଜାମିନ୍ ଆବେଦନ ଖାରଜ
7/09/2022 at 2:25 PM

କଟକ ୦୯/୦୭: ପାଦ୍ରୀ ଅରୁଲ ଦସ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂ ଓ ତାର ୩ ସହଯୋଗୀ ହାଇକୋର୍ଟରୁ ନିରାସ ହୋଇଛନ୍ତି। ୧୯୯୯ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଅରୁଲ ଦସଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ନିମ୍ନ ଅଦାଲତ ଯେଉଁ ଦଣ୍ଡାଦେଶ ଶୁଣାଇଥିଲେ ତାହା ହାଇକୋର୍ଟରେ କାଏମ ରହିଛି। ହାଇକୋର୍ଟ ଦାରା ସିଂ ଏବଂ ତାଙ୍କ ୩ ସହଯୋଗୀ ରାଜ କିଶୋର ମହନ୍ତ, ଯଦୁନାଥ ମହନ୍ତ ଓ ଚେମା ହୋଙ୍କ ଆବେଦନକୁ ଖାରଜ କରିଛନ୍ତି।
୧୯୯୯ ମସିହା ସେପ୍ଟେମ୍ବରରେ ଦାରା ସିଂ ଏବଂ ତାର ଅନ୍ୟ ସହଯୋଗୀମାନେ ଫାଦର ଅରୁଲ ଦସଙ୍କୁ ତୀର ମାରି ହତ୍ୟା କରିଥିଲେ। ସେହି ମାମଲାରେ ସମସ୍ତ ଅଭିଯୁକ୍ତ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଦଣ୍ଡାଦେଶ ବିରୋଧରେ ଦାରା ଓ ତାର ସହଯୋଗୀମାନେ ଅପିଲ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ଅପିଲ ଖାରଜ କରିବା ସହ ସମସ୍ତ ଅଭିଯୁକ୍ତଙ୍କ ଜାମିନକୁ ମଧ୍ୟ ରଦ୍ଧ କରିଛନ୍ତି। ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଦାରା ସିଂ ଏବେ ଜେଲରେ ଥିବାବେଳେ ଅନ୍ୟ ୩ ଅଭିଯୁକ୍ତ ଜାମିନରେ ଅଛନ୍ତି।