ଓଟିଏମ୍‌କୁ ନିଜ ଅକ୍ତିଆରକୁ ନିଆଯାଇଛି, ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

Published By : Prameya-News7 Bureau | December 06, 2022 IST

କଟକ ୦୬।୧୨ : ଓଟିଏମକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇସାରିଛନ୍ତି । ଏନେଇ ମଙ୍ଗଳବାର ଏକ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାରୀ ପକ୍ଷ। ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ।

ଖବର ଅନୁଯାୟୀ, ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଓଟିଏମକୁ ନିଜ ଅକ୍ତିଆରକୁ ନେବାଲାଗି ଗତ ୩ ତାରିଖ ଦିନ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ । ନଚେତ ମାସିକ ୬ ଲକ୍ଷ ଲେଖାଏଁ ତଣ୍ଡ ଗଣିବାକୁ ହେବ ବୋଲି ମଧ୍ୟ କୋର୍ଟ ଚେତାଇ ଦେଇଥିଲେ । ତେବେ ଉକ୍ତ ନିର୍ଦେଶ କାର୍ଯ୍ୟକାରୀ ହୋଇଛି ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଯାଇଛି । କିନ୍ତୁ ଶ୍ରମିକମାନଙ୍କ ପ୍ରାପ୍ୟ, ବକେୟା ଦରମା ଆଦି ପ୍ରଦାନ ପାଇଁ କଣ ପଦକ୍ଷେପ ନିଆଯାଇଛି । ସେନେଇ ତଥ୍ୟ ରଖିବାକୁ  ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୯ ତାରିଖରେ ଏନେଇ ଶୁଣାଣି କରିବେ ହାଇକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.