ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ହାଇକୋର୍ଟରୁ ମିଳିଲା ମୋକିମ୍‌ଙ୍କୁ ଜାମିନ୍‌, ୧୩ରେ ପରବର୍ତ୍ତୀ ଶୁଣାଣି

10/10/2022 at 11:37 AM

କଟକ ୧୦।୧୦ : ଭିଜିଲାନ୍ସ କୋର୍ଟ ଦ୍ୱାରା ମହମ୍ମଦ ମୋକିମ୍‌ଙ୍କୁ ଦଣ୍ଡାଦେଶ ମାମଲା ।   ହାଇକୋର୍ଟରୁ ମୋକିମଙ୍କୁ ମିଳିଲା  ଜାମିନ । ଆସନ୍ତା ୧୩ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ଖବର ଅନୁଯାୟୀ, ORHDC ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । କଟକ ସଦର ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ କେର୍ଟ । ମୋକିମ୍ମଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଜେଲ୍‌ ଦଣ୍ଡ ଶୁଣାଇଥିଲେ କୋର୍ଟ । ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କୁ ଜେଲ୍‌ ଦଣ୍ଡ ମିଳିଥିବା ବେଳେ ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏଁ ଜରିମାନା କରିଥିଲେ କୋର୍ଟ । ଏବେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ମହମ୍ମଦ ମୋକିମ୍‌ । ଯାହାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୧ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ଵଦଳରେ ଜାମିନ ଦେଇଛନ୍ତି କୋର୍ଟ । ଏହାସହିତ ପ୍ରତିପକ୍ଷ ଜବାବ ରଖିବାକୁ ସମୟ ମାଗିଛନ୍ତି । ଆସନ୍ତା ୧୩ ତାରିଖରେ ହାଇକୋର୍ଟରେ ହେବ ମାମଲାର ପରଵର୍ତ୍ତୀ ଶୁଣାଣି ।

   Related Posts