ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା, ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | September 28, 2022 IST

କଟକ ୨୮।୦୯: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା । ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ । ମାନ୍ୟବର କୋର୍ଟ କହିଛନ୍ତି ଯେ, ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ୍‌ ବ୍ୟବସ୍ଥା ନାହିଁ । HSRP ରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। ଏଥିପାଇଁ  କ ଣ ବିକଳ୍ପ ବ୍ୟବସ୍ଥା କରାଯିବ । ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ।  

ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ନୂଆ ନିୟମ ଆଣିଥିଲା ପରିବହନ ବିଭାଗ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ ଦେବାରୁ ଚାଳକ ବର୍ତ୍ତିବେ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି କହିଛି ବିଭାଗ । ୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.