ମାସେ ବଢିଲା ନମ୍ବଲ ପ୍ଲେଟ ଅବଧି, ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

Published By : Prameya-News7 Bureau | November 30, 2022 IST

କଟକ ୩୦।୧୧ : ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବଲ ପ୍ଲେଟ ଅବଧି । ୧,୨,୩,୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇଛନ୍ତି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଜଣାଇଛନ୍ତି ସରକାର ।

ସେହିପରି ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ ରହିଛି । ନମ୍ବର ବୁକିଂ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ମାସେ ସମୟସୀମା ବୃଦ୍ଧି କରାଯାଇଥିଲା । ଆଉ ଏବେ ଆଉ ଏକ ମାସ ସମୟସୀମା ବୃଦ୍ଧି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.