ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୩ ସପ୍ତାହ ଭିତରେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 18, 2023 IST

କଟକ ୧୮।୦୧ : ହାଇକୋର୍ଟରେ ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲା। ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ହାଇ ପାୱାର କମିଟି ଦ୍ୱାରା ଗୃହୀତ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ୩ ସପ୍ତାହ ଭିତରେ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଶ୍ରୀଲଙ୍କା ଓ କର୍ଣ୍ଣାଟକ ମଡେଲରେ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍। ଏହି ଆକ୍ସନ ପ୍ଲାନକୁ ଅନୁମତି ପ୍ରଦାନ କରିଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି। ୩ ସପ୍ତାହ ମଧ୍ୟରେ ଏହି ଆକ୍ସନ ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଶିମିଳିପାଳ ହାତୀ ଶିକାର ମାମଲାକୁ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତ ତୁରାମ ପୂର୍ତ୍ତିଙ୍କ ପତ୍ନୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.