ନୟାଗଡ଼ ପରୀ ମୃତ୍ୟୁ ମାମଲା, ସରପଞ୍ଚ ସୌମ୍ୟ ପ୍ରଧାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | December 10, 2020 IST

କଟକ ୧୦।୧୨: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଘଟଣାରେ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ । ସରକପଞ୍ଚ  ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଦେବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ପରୀ ହତ୍ୟା ମାମଲାରେ ନୟାଗଡ଼ ଲକ୍ଷ୍ମୀପ୍ରସାଦ ସରପଞ୍ଚ ନିଜ ପାଇଁ ସୁରକ୍ଷା ଲୋଡ଼ି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଆଜି ଶୁଣାଣି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏସ୍‌ପିଙ୍କ ନିକଟରେ ଆବେଦନ କରିବାକୁ କହିଛନ୍ତି ହାଇକୋର୍ଟ । ଏ ସମ୍ପର୍କରେ ଏସପିଙ୍କୁ ୧୫ ଦିନ ମଧ୍ୟରେ ଆବେଦନ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ପଦକ୍ଷେପ ନେବାକୁ ନୟାଗଡ଼ ଏସ୍‌ପିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ପରୀ ମୃତ୍ୟୁ ମାମଲାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ରାଜ୍ୟ ବିଜେପି ପ୍ରଭାରୀ ପରୀ ଗାଁକୁ ଯାଇ ପରିବାର ଲୋକଙ୍କ ସହ ଭେଟିଛନ୍ତି । ସେହିପରି ଗତକିଛି ଦିନ ତଳେ କଂଗ୍ରେସ ପ୍ରଭାରୀ ମଧ୍ୟ ଯଦୁପୁର ଗାଁକୁ ଯାଇ ପରିବାର ଲୋକଙ୍କ  ସହ ସାକ୍ଷାତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.