ହାଇକୋର୍ଟ କ୍ଷମା କଲେ ଚାରି ଆତଙ୍କବାଦୀଙ୍କ ଫାଶି ସଜା, ଦୁଇ ପାକିସ୍ତାନୀଙ୍କୁ ଦେଶକୁ ପଠାଇବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 14, 2022 IST

କୋଲକାତା: କଲିକତା ଉଚ୍ଚ ନ୍ୟାୟାଳୟ ଦେଶ ବିରୋଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୁଇ ପାକିସ୍ତାନୀ ନାଗରିକଙ୍କ ସହିତ ଲସ୍କର ଏ ତୋଇବାର ଚାରି ଆତଙ୍କବାଦୀଙ୍କୁ ସୋମବାର ମୁକ୍ତ କରିଛନ୍ତି। ନ୍ୟାୟାଳୟ ଚାରି ଜଣଙ୍କ ଫାଶି ଦଣ୍ଡକୁ କ୍ଷମା କରିଛନ୍ତି। ଚାରି ଅଭିଯୁକ୍ତ ନିଜର ୧୦ ବର୍ଷର ସଶ୍ରମ କାରାଦଣ୍ଡ ପୂରଣ କରି ସାରିଛନ୍ତି। ନ୍ୟାୟାଳୟ ଦେଶ ବିରୋଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର ରଚିବା ଅପରାଧରେ ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ୧୦ ବର୍ଷ ଜେଲ୍ ଦଣ୍ଡ ଦେଇଥିଲେ। ସମସ୍ତ ଅଭିଯୁକ୍ତ ଏହି ଅବଧି ପୂରା କରି ସାରିଛନ୍ତି। ବିଚାରପତି ଜୟମାଲା ବାଗଚୀଙ୍କ ପୀଠ ଦୁଇ ପାକିସ୍ତାନୀ ନାଗରିକଙ୍କୁ ତାଙ୍କ ଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଜୟମାଲା ବାଗଚୀ ଏବଂ ବିଚାରପତି ଅନନ୍ୟା ବନ୍ଦୋପାଧ୍ୟାୟଙ୍କ ପୀଠ ଚାରି ଦୋଷୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର ରଚିବା ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୧ ଆଧାରରେ ମୁକ୍ତ କରିଛନ୍ତି। ଦୁଇ ପାକିସ୍ତାନ ନାଗରିକ ହେଉଛନ୍ତି ମହମ୍ମଦ ୟୁନୁସ ଏବଂ ମହମ୍ମଦ ଅବଦୁଲ୍ଲା। ଆଉ ଦୁଇ ଭାରତୀୟ ହେଉଛନ୍ତି ମୁଜଫର ଅହମ୍ମଦ ଏବଂ ଏସକେ ନଇମ। ସମସ୍ତେ ନିଜ ସଜାର ଅବଧି ପୂରା କରି ସାରିଛନ୍ତି। ଅଦାଲତ ମୁଜଫରଙ୍କଜୁ ସୁଧାର ଗୃହରେ ଛାଡିବା ଏବଂ ନଇମଙ୍କୁ ଅନ୍ୟ ଏକ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହେବାକୁ କହିଛନ୍ତି।

ଅଦାଲତ କହିଛନ୍ତି, ପରିସ୍ଥିତିରୁ ଜଣା ପଡୁଛି ଯେ ଅଭିଯୁକ୍ତଙ୍କ ଆତଙ୍କୀ ସଂଗଠନରେ ବଡ ନାମ ନାହିଁ। ସେମାନଙ୍କର ଆତଙ୍କବାଦଙ୍କ ରାସ୍ତାରେ ଫେରିବାର ବହୁତ କମ ସମ୍ଭାବନା ରହିଛି। ମହମ୍ମଦ ୟୁନୁସ ଏବଂ ମହମ୍ମଦ ଅବଦୁଲ୍ଲା ନିଜର ଦଣ୍ଡ ପୂରା କରି ସାରିଛନ୍ତି। ତେଣୁ ଦୁଇ ଜଣଙ୍କୁ ତାଙ୍କ ଦେଶ ପାକିସ୍ତାନକୁ ପଠାଯାଉ। ୨୦୦୭ ଏପ୍ରିଲ ୩ରେ ବିଏସଏଫ ଚାରି ଜଣଙ୍କୁ ଲସ୍କରର ଆତଙ୍କୀ ହୋଇଥିବା ସନ୍ଦେହରେ ଗିରଫ  କରିଥିଲା। ଏହା ପରେ ସେମାନଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.