ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଲଟେରୀ ବ୍ୟବସ୍ଥାରେ ମଦ ଦୋକାନ ବଣ୍ଟନ : ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ଖାରଜ କଲେ ହାଇକୋର୍ଟ

29/09/2021 at 4:56 PM

କଟକ ୨୯।୯: ହାଇକୋର୍ଟରେ ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନ ମାମଲାର ଶୁଣାଣି ହୋଇଛି । ମଦ ବ୍ୟବସାୟୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଲଟେରି ମାଧ୍ୟମରେ ରାଜ୍ୟ ସରକାର ମଦ କାଉଣ୍ଟର ବଣ୍ଟନର ବ୍ୟବସ୍ଥା କରିଛନ୍ତି । ସରକାର ରାଜ୍ୟରେ ଅବକାରୀ ନୀତିରେ ସଂଶୋଧନ ଆଣିଛନ୍ତି । ଦୋକାନ ପାଇଁ ଲଟେରି ବ୍ୟବସ୍ଥା କରିଛନ୍ତି । କେତେକ ପୁରୁଣା ମଦ ବ୍ୟବସାୟୀ ଏହାକୁ ଚାଲେଞ୍ଜ କରିଥିଲେ ।

ମଦ କାଉଣ୍ଟର ଲଟେରିରେ ଭାଗ ନେବାକୁ ୧ ଲକ୍ଷ ଟଙ୍କା ଜମା ଦେବାକୁ ପଡୁଛି। ଲଟେରି ନ ମିଳିଲେ ଟଙ୍କା ଫେରସ୍ତର ବ୍ୟବସ୍ଥା ନାହିଁ । ଏହାକୁ ହାଇକୋର୍ଟରେ ଚାଲେଞ୍ଜ ହୋଇଥିଲା । ସରକାରଙ୍କ ନିୟମରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ହାଇକୋର୍ଟରେ ଏ ନେଇ ୨୦ଟି ମାମଲା ରୁଜୁ ହୋଇଥିଲା । ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି ।

   Related Posts