କଟକ ୭।୧୧: ବେପରୁଆ ଭାବେ ମୋ ବସ୍ ଚଳାଚଳକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଯାତ୍ରୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେବାଲାଗି CRUT କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ତେବେ ଶୃଙ୍ଖଳିତ ଭାବେ କିପରି ମୋ ବସ୍ ଚଳାଚଳ କରିପାରିବ, ସେନେଇ CRUT କର୍ତ୍ତୃପକ୍ଷ ରାଜ୍ୟ ସଡ଼କ ପରିବହନ ନିଗମ ସହ ପରାମର୍ଶ କରିବାକୁ କୁହାଯାଇଛି । ଯେମିତି ଗ୍ରାମୀଣ ଅଞ୍ଚଳରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଛି, ସେହି ଆକାରରେ ମୋ ବସ୍ ଚଳାଚଳ କରୁ ବୋଲି ହାଇକୋର୍ଟ କହିଛନ୍ତି । ଗୁରୁବାର ଏହି ମାମଲାର ଶୁଣାଣି ବେଳେ ଓଏସ୍ଆରଟିସି ଅଧ୍ୟକ୍ଷ ଏବଂ CRUTର ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ ।
ଅଲ୍ଲୁଙ୍କ ଗିରଫଦାରୀକୁ ନେଇ ତେଜିଲା ରାଜନୀତି: କଂଗ୍ରେ...