ମମତା ସରକାରଙ୍କୁ ଅଦାଲତୀ ଝଟକା; ୨୫ ହଜାର ଶିକ୍ଷକ ନିଯୁକ୍ତି ହାଇକୋର୍ଟରେ ରଦ୍ଦ

Published By : Prameya-News7 Bureau | April 22, 2024 IST

କୋଲକାତା,୨୨/୦୪:ଲୋକସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅଦାଲତୀ ଝଟକା । ପୂର୍ବରୁ ହୋଇଥିବା ୨୫ ହଜାର ଶିକ୍ଷକ ନିଯୁକ୍ତିକୁ ରଦ୍ଦ ହୋଇଛି। କୋଲକାତା ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାକୁ ବେଆଇନ ଦର୍ଶାଇ ଭାର୍ତ୍ତିକୁ ବାତିଲ୍ କରିଛନ୍ତି । ଏହା ଆସନ୍ତା ୬ ସପ୍ତାହରେ ମଧ୍ୟରେ ଦରମା ଫେରାଇବାକୁ କହିଛନ୍ତି ଅଦାଲତ । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ରେ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକଙ୍କ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫, ୫୭୩ ହଜାରରୁ ଅଧିକ ଶିକ୍ଷକ ଚାକିରି ହରାଇବେ।

୨୦୧୬ରେ ପଶ୍ଚିମବଙ୍ଗରେ ଶିକ୍ଷିକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସାମ୍ନାକୁ ଆସିଥିଲା । ପରେ ଏହାକୁ ବିରୋଧ କରି ଅନେକ ମାମଲା କୋର୍ଟରେ ଆବେଦନ ହୋଇଥିଲା । ଶିକ୍ଷକ ନିଯୁକ୍ତିରେ ଲାଞ୍ଚ କାରବାର ନେଇ ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା। ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କୋଲକାତା ହାଇକୋର୍ଟର  ବିଚାରପତି ଦେବାଂସୁ ବସାକ ଏବଂ ଜଷ୍ଟିସ ମହମ୍ମଦ ଶବ୍ବର ରଶିଦିଙ୍କୁ ନେଇ ଏକ ଖଣ୍ଡପୀଠ ବିଦ୍ୟାଳୟରେ ଚାକିରି ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସହିତ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି। ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ୬ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.