ରାଜ୍ୟ ସମବାୟ ବ୍ୟାଙ୍କ ଏମଡିଙ୍କ ପୁନଃ ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

Published By : Prameya-News7 Bureau | January 25, 2023 IST

କଟକ ୨୫/୦୧: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କ ପୁଣି ଥରେ ନିଯୁକ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଧ କରିଛନ୍ତି। ଏହି ପଦବୀରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ଗୋପବନ୍ଧୁ ଶତପଥୀଙ୍କୁ ପୁନଃ ନିଯୁକ୍ତି କରାଯାଇଥିଲା। ପୂର୍ବରୁ ସେ ସମବାୟ ବ୍ୟାଙ୍କର ଏମଡି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

ସେ ସରକାରୀ ଚାକିରୀରୁ ଅବସର ନେବା ପରେ ୨୦୨୨ ମାର୍ଚ୍ଚ ୨ ରେ ଗୋପବନ୍ଧୁଙ୍କୁ ଏମଡି ଭାବେ ରାଜ୍ୟ ସରକାର  ପୁଣିଥରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅନୁମତି ନିଆଯାଇ ନଥିଲା। ଏହା ସହ ଏଭଳି ନିଯୁକ୍ତି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ସୁନ୍ଦରଗଡ଼ର ବେଣୁମାଧବ ତ୍ରିପାଠୀ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.