LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଧାନସଭାରେ ଉଠିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ

16/07/2019 at 12:47 PM

ଭୁବନେଶ୍ବର ୧୬|୭: ବିଧାନସଭାରେ ଉଠିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି । ପଶ୍ଚିମ ଓଡିଶାର ଓକିଲମାନେ ରାଜଧାନୀରେ ଡେରା ପକାଇଛନ୍ତି । ପଶ୍ଚିମ ଓଡିଶାର ଓକିଲଙ୍କ ସହ ଆଲୋଚନା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ଦେଉନାହାଁନ୍ତି । ବାଚସ୍ପତି ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ।

ଆଇନ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ । ଜଶୱନ୍ତ କମିଶନ ମଧ୍ୟ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ । କୋର୍ଟ ବନ୍ଦ ହେବା ଯୋଗୁଁ ଅନେକ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ନରସିଂହ କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବାରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ବାଚସ୍ପତି ଗୃହ କାର୍ଯ୍ୟ ସଠିକ୍ ଭାବେ ପରିଚାଳନା ନକଲେ କକ୍ଷତ୍ୟାଗ ପାଇଁ ଧମକ ମଧ୍ୟ ଦେଇଥିଲେ । ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ମୁହାଁମୁହିଁ ହୋଇଥିବା ବେଳେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ତେବେ ଗୃହରେ ପରିସ୍ଥିତିକୁ ନଜରରେ ରଖି ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖାଯାଇଛି ।

   Related Posts