ହାଇକୋର୍ଟରେ ଆକାଶ ପାଠକଙ୍କ ଜାମିନ ଆବେଦନର ଶୁଣାଣି, କେସ୍ ଡାଏରୀ ଦାଖଲ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ

Published By : Prameya-News7 Bureau | January 05, 2021 IST

କଟକ ୫।୧: ଆକାଶ ପାଠକ ଜାମିନ ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ । କେସ୍ ଡାଏରୀ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଭିଜିଲାନ୍ସ ମାମଲାରେ ଆକାଶ ପାଠକ ଏହି ଜାମିନ ଆବେଦନ କରିଛନ୍ତି । ନଭେମ୍ବର ୨୫ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବାସଭବନରେ ଚଢ଼ାଉ କରିଥିଲା । ଏହା ସହିତ ୪ଟି ରାଜ୍ୟରେ ଚଢ଼ାଉ କରି ଭିଜିଲାନ୍ସ ଅଭୟକାନ୍ତ ଠୁଳ କରିଥିବା ଆୟ ବହିର୍ଭୂତ ସମ୍ପତ୍ତିର ଖୁଲାସା କରିଥିଲା ।

ନିଜ ରୋଜଗାରଠାରୁ ୪୩୫ପ୍ରତିଶତର ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବା ପରେ ନଭେମ୍ବର ୨୭ତାରିଖରେ ଅଭୟକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ୨୦ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପ ପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଉଗାଳି ଥିଲା ଭିଜିଲାନ୍ସ ଏସଆଇଟି । ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆକାଶ ପାଠକଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.