ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା, ରୁହନ୍ତୁ ସାବଧାନ

Published By : Prameya-News7 Bureau | December 02, 2022 IST

ଅନେକ ସମୟରେ ଲୋକେ କୋଲେଷ୍ଟ୍ରୋଲ ସମସ୍ୟାକୁ ଗୁରୁତ୍ବ ଦେଇନଥାନ୍ତି। କିନ୍ତୁ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ ଅନେକ ରୋଗର କାରଣ ହୋଇପାରେ। କୋଲେଷ୍ଟ୍ରୋଲ ଆମ ଶରୀରରେ ରକ୍ତରେ ରହିଥାଏ। ଅବଶ୍ୟ ଏହା ଆମ ଶରୀର ପାଇଁ ଆବଶ୍ୟକୀୟ ମଧ୍ୟ ହୋଇଥାଏ। ତେବେ କେବଳ ଗୁଡ୍ କୋଲେଷ୍ଟ୍ରୋଲ ହିଁ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ। ଆଜି ଆମେ ଜାଣିବା ​‌କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ କେଉଁ ରୋଗର ବିପଦ ବଢ଼ିଥାଏ।

କୋରୋନାରୀ ହାର୍ଟ ଡିଜିଜ୍:

ଅନେକ ଥର ଡାକ୍ତର ମଧ୍ୟ ହାଇ କୋଲେଷ୍ଟ୍ରୋଲ ଆପଣଙ୍କ ହାର୍ଟ ପାଇଁ ଆଦୌ ଭଲ ନୁହେଁ ବୋଲି କହିଥିବେ। ପ୍ରକୃତରେ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କୋରୋନାରୀ ହାର୍ଟ​‌ ରୋଗର ଆଶଙ୍କା ବଢ଼ିଥାଏ। ଏଭଳି ସ୍ଥିତିରେ ହାର୍ଟ ଆଟାକ୍ ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଏଥିପାଇଁ ​‌କୋଲେଷ୍ଟ୍ରୋଲର ସ୍ତର ବଢ଼ିବା ଯୋଗୁଁ ଧମନୀ ବନ୍ଦ ହେବାକୁ ଲାଗିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ।

ଷ୍ଟ୍ରୋକ୍:

ହାଇ କୋଲେଷ୍ଟ୍ରୋଲ୍‌ ହେବା ଯୋଗୁଁ ଷ୍ଟ୍ରୋକ୍‌ ଆଶଙ୍କା ମଧ୍ୟ ବଢ଼ିପାରେ। ହାଇ କୋଲେଷ୍ଟ୍ରୋଲ କେବଳ ହାର୍ଟ ପର୍ଯ୍ୟନ୍ତ ନୁହେଁ ବରଂ ମସ୍ତିଷ୍କ ପର୍ଯ୍ୟନ୍ତ ଧମନୀକୁ ମଧ୍ୟ ବନ୍ଦ କରିଦେଇଥାଏ। ଯେତେବେଳେ ଠିକ୍ ଭାବରେ ରକ୍ତ ପ୍ରବାହ ହୋଇପାରେନାହିଁ ଷ୍ଟ୍ରୋକ୍‌ ସମ୍ଭାବନା ବଢ଼ିଯାଇଥାଏ।

କିଡନୀ ଫେଲ୍ ହେବା:

ଅନେକ ଥର କୋଲେଷ୍ଟ୍ରୋଲ୍‌ ବଢ଼ିବା ଯୋଗୁଁ କିଡନୀ ଉପରେ ମଧ୍ୟ ଏହାର ପ୍ରଭାବ ବଢ଼ିଥାଏ।କିଡନୀ ଫେଲ୍ ହେବାର ଅନେକ କାରଣ ହୋଇଥାଇପାରେ ସେଥିମଧ୍ୟରୁ ଉଚ୍ଚ କୋଲେଷ୍ଟ୍ରୋଲ ଏକ ମୁଖ୍ୟ କାରଣ ହୋଇପାରେ। କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା କିଡନୀ ସହ ଜଡ଼ିତ ରକ୍ତ ଧମନୀରେ ବ୍ଲଡ୍ ଯୋଗାଣ ବାଧା ଉପୁଜି ଥାଏ।

ହାଇ ବ୍ଲଡ ପ୍ରେସର:

କୋଲେଷ୍ଟ୍ରୋଲ ସ୍ତର ଲଗାତାର ବଢ଼ିରହିଲେ ଉଚ୍ଚ ରକ୍ତ ଚାପ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏଭଳି ଏଥିପାଇଁ ହୋଇଥାଏ କାରଣ ଯେତେବେଳେ ଧମନୀରେ କୋଲେଷ୍ଟ୍ରୋଲ ଜମା ହେବା କାରଣରୁ ଧମନୀ ସଂକୀର୍ଣ୍ଣ ହୋଇଯାଏ, ସେତେବେଳେ ହାର୍ଟ ଶରୀରର ଅନ୍ୟ ଅଙ୍ଗକୁ ରକ୍ତ ସଞ୍ଚାଳନ କରିପାରିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.