LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାଲି ଆସିବ ବାବ୍ରି ବିଧ୍ଵଂସ ମାମଲାର ରାୟ, ଅଯୋଧ୍ୟାରେ ହାଇଆଲର୍ଟ ଜାରି

29/09/2020 at 9:38 PM

ଅଯୋଧ୍ୟା ୨୯।୦୯: ବାବ୍ରି ବିଧ୍ଵଂସ ମାମଲାରେ ବୁଧବାର ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ଗୁରୁତ୍ଵପୂର୍ଣ୍ଣ ରାୟ ଆସିବାକୁ ଯାଉଛି। ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ, ଉମା ଭାରତୀ, କଲ୍ୟାଣ ସିଂହଙ୍କ ପରି ଅନେକ ନେତା ଅଭିଯୁକ୍ତ ଅଛନ୍ତି। ଏହି ହାଇପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅଯୋଧ୍ୟାରେ ହାଇଆଲର୍ଟ ଜାରି କରାଯାଇଛି। ଡିଆଇଜି ଦୀପକ କୁମାର କହିଛନ୍ତି ସିଆଇଡି ଓ ଏଲଆଇୟୁର ଟିମ୍‌କ ସାଦା ପୋଷାକରେ ମୁତୟନ କରାଯାଇଛି। ବାହାର  ଲୋକ ଆସି ଯେମିତି ଅଯୋଧ୍ୟାରେ ମାହୋଲ ନବିଗାଡନ୍ତି ତାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ସତର୍କତା ଅବଲମ୍ବନ କରାଯାଇଛି। ପୂରା ଜିଲ୍ଲାରେ ଗାଡିଗୁଡିକର ଯାଞ୍ଚ କରାଯାଉଛି। ବୁଧବାର ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ହେବ ବୋଲି ସେ କହିଛନ୍ତି।

ଡିଆଇଜି ଦୀପକ କୁମାର କହିଛନ୍ତି ବୁଧବାର କୋଭିଡ୍ ଗାଇଡଲାଇନ୍‌ର କଡାକଡି ପାଳନ ହେବ। କେଉଁଠି ବି ଭିଡକୁ ଏକତ୍ର ହେବାକୁ ଦିଆଯିବ ନାହିଁ। ଏହାର ଉଲ୍ଲଂଘନ କଲେ ମହାମାରୀ ଆକ୍ଟ ଓ ଧାରା-୧୪୪ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଚିଠି ଲେଖି ବାବ୍ରି ବିଧ୍ଵଂସ ମାମଲାରେ କହିଥିଲେ ଯେ ସେପ୍ଟେମ୍ବର ୩୦ରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି କେସ୍‌ର ରାୟ ଶୁଣାଇବେ ଏବଂ ମୋତେ କୋର୍ଟରେ ହାଜର ହେବାର ଅଛି। ଅଦାଲତର ପ୍ରତ୍ୟେକ ନିଷ୍ପତ୍ତି ମୋ ପାଇଁ ଭଗବାନଙ୍କ ଆର୍ଶୀବାଦ ହେବ। ମୁଁ ସର୍ବଦା କହିଛି ଅଯୋଧ୍ୟା ପାଇଁ ମୋତେ ଫାଶି ମଧ୍ୟ ମଞ୍ଜୁର। ମୋତେ ଜଣା ନାହିଁ ନିଷ୍ପତ୍ତି କଣ ଆସୁଛି, ମାତ୍ର ଯାହା ବି ଆସୁ ଜାମିନ ନେବି ନାହିଁ।

୨୮ ବର୍ଷ ପୁରୁଣା ବାବ୍ରି ଭଙ୍ଗା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସେପ୍ଟେମ୍ବର ୩୦ରେ ରାୟ ଶୁଣାଇବେ। ଏହି ମାମଲାରେ ଉମା ଭାରତୀଙ୍କ ବ୍ୟତୀତ ବିଜେପିର  ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ ଓ ମୁରଲୀ ମନୋହର ଯୋଶୀ ସମେତ ଅନେକ ଅଭିଯୁକ୍ତ ଅଛନ୍ତି। ଅପରପକ୍ଷେ ବାବ୍ରି ମୁଦ୍ଦଇ ଇକବାଲ ଅନସାରୀ ପୁଣି ଥରେ କହିଛନ୍ତି ଯେବେ ରାମ ମନ୍ଦିରର ନିଷ୍ପତ୍ତି ହୋଇ ସାରିଛି ତେବେ ମନ୍ଦିର-ମସଜିଦ ସଂପର୍କିତ ସମସ୍ତ ମୋକଦ୍ଦମାକୁ ସମାପ୍ତ କରି ଦେବା ଉଚିତ୍ ଏବଂ ଅଭିଯୁକ୍ତଙ୍କୁ ମୁକ୍ତ କରିବ ଉଚିତ୍। ହେଲେ ସଭିଙ୍କ ନଜର ବର୍ତ୍ତମାନ କୋର୍ଟ ଉପରେ ରହିଛି ଯେ ସେପ୍ଟେମ୍ବର ୩୦ରେ ଆସିବାକୁ ଥିବା ରାୟରେ କାହାକୁ ସଜା ମିଳିବ ଏବଂ କାହାକୁ ଆଶ୍ଵସ୍ତି ଦେବ।

   Related Posts