Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଜମ୍ମୁ କଶ୍ମୀର, ପଞ୍ଜାବ ଏବଂ ଦିଲ୍ଲୀରେ ହାଇଆଲର୍ଟ ଜାରି

2/06/2018 at 6:50 AM

ଜମ୍ମୁ-କାଶ୍ମୀରରେ ୨୦ରୁ ଅଧିକ ହିଜ୍ ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ଏଥିପାଇଁ ଜମ୍ମୁ କଶ୍ମୀର, ପଞ୍ଜାବ ଏବଂ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଆତଙ୍କବାଦୀମାନେ ଅଲଗା ଅଲଗା ହୋଇ ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥାକୁ ଖବର ମିଳିଛି। କାଶ୍ମୀର ଉପତ୍ୟକାର ସମସ୍ତ ସମ୍ବେଦଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ପୁଲୱାମା ଓ ଅନନ୍ତନାଗ ଅଂଚଳର କେତେକ ସ୍ଥାନରେ ଘରକୁ ଘର ତଲାସି ମଧ୍ୟ ନିଆଯାଉଛି। ଅନୁପ୍ରବେଶ କରିଥିବା କିଛି ଆତଙ୍କବାଦୀ ଦିଲ୍ଲୀ ଏବଂ ପଂଜାବରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ତେଣୁ ଉଭୟ ରାଜ୍ୟର ପୋଲିସ ପ୍ରଶାସନକୁ ସତର୍କ କରାଯାଇଛି। ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ଏକ ବଡ଼ କ୍ୟାମ୍ପ୍ ପ୍ରାୟ ୩ ମାସ ଧରି ପିଓକେରେ ଚାଲିଥିଲା । ପାକ୍ ସେନାର ସହଯୋଗରେ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଏହି ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଶୁକ୍ରବାର ସଂଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲୱାମା ଏବଂ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସିଆପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁଲୱାମାରେ ୧୮୩ ବାଟାଲିଅନ୍ ର ୨ଟି ଗାଡ଼ି ଉପରେ ଗ୍ରେନେଡ ମାଡ଼ ହୋଇଥିଲା। ଏଥିରେ ୨ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସେହିଭଳି ଅନନ୍ତନାଗରେ ମଧ୍ୟ ସିଆର୍ ପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ଯବାନ ଓ ଜଣେ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Leave a Reply

   Related Posts